Latest Odisha News

BREAKING NEWS

କୁଲୀ ନଂ ୧ର ନୂତନ ପୋଷ୍ଟର ରିଲିଜ, ମାସ୍କ ପିନ୍ଧା ବରୁଣଙ୍କ ଲୁକ୍ ପ୍ରଶଂସକଙ୍କୁ ପସନ୍ଦ ଆସୁଛି

ମୁମ୍ବାଇ:କରୋନା ମହାମାରୀ ଯୋଗୁ ଅନେକଗୁଡିଏ ଫିଲ୍ମର ରିଲିଜ ଡେଟ ଘୁଂଚିଛି । ଏହା ମଧ୍ୟରୁ ବରୁଣ ଧାୱନଙ୍କ ପ୍ରତିକ୍ଷୀତ ଫିଲ୍ମ କୁଲୀ ନଂ୧ ଅନ୍ୟତମ । ଏହି ଅବସରରେ ଗୁରୁବାର ଫିଲ୍ମର ନୂତନ ଲୁକ୍ ରିଲିଜ କରାଯାଇଛି । ଏଥିରେ ବରୁଣ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି । ସୋସିଆଲ ସାଇଟରେ ସେ ଏହାକୁ ଶେୟାର କରିବା ପରେ ତାଙ୍କର ଏହି ଲୁକକୁ ପ୍ରଶଂସକମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି ।

୧୯୯୫ରେ ଗୋବିନ୍ଦା ଅଭିନୀତ କୁଲୀ ନଂ୧ର ଏହା ରିମେକ ଅଟେ । ଏଥିରେ ଜାଭେଦ ଜାଫ୍ରୀ, ପରେଶ ରାୱଲ, ରାଜପାଲ ଯାଦବ ପ୍ରମୁଖ ଅଭିନୟ କରୁଛନ୍ତି । ସାରା ଅଲୀ ଖାଁ ଫିଲ୍ମର ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଅକ୍ଟୋବର ୨ ରେ ଏହା ରିଲିଜ ହେବ । ଫିଲ୍ମ ହଲ ବନ୍ଦ ଥିବାରୁ କେତେକ ପ୍ରଯୋଜକ ସେମାନଙ୍କ ଫିଲ୍ମକୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରୁଛନ୍ତି ।

Leave A Reply

Your email address will not be published.