Latest Odisha News

ମା’ଙ୍କ ସାଙ୍ଗରେ ଟ୍ରେନରେ ଆରାମରେ ଯିବ ଛୁଆ, ଲକ୍ଷ୍ନୌ ଟ୍ରେନରେ ବେବି ବର୍ଥ

ଭୁବନେଶ୍ୱର: ଛୋଟ ଛୁଆ ବା ଶିଶୁ ଥିବା ମହିଳାଙ୍କ ପାଇଁ ଟ୍ରେନ ଯାତ୍ରା ଅପେକ୍ଷାକୃତ କଷ୍ଟକର । ସଂକୀର୍ଣ୍ଣ ସିଟ୍ ବା ବର୍ଥ ପାଇଁ ଛୁଆ କୁ ଶୁଆଇବା କଷ୍ଟକର ହୋଇଥାଏ । ଏହି କଷ୍ଟ ଦୂର କରିବା ପାଇଁ ଭାରତୀୟ ରେଳ ପାଦେ ଆଗେଇଛି ।

ବିଶ୍ୱ ମାତୃ ଦିବସରେ ଭାରତୀୟ ରେଳର ନର୍ଦନ ରେଲୱେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଆଣିଛି ମା’ଙ୍କ ପାଇଁ । ସାଙ୍ଗରେ ଛୋଟ ଛୁଆ ନେଇ ଯାଉଥିବା ମହିଳା ଏହା ଦ୍ୱାରା ବିଶେଷ ଉପକୃତ ହେବେ । ନର୍ଦନ ରେଲୱେ ଲକ୍ଷ୍ନୌ ମେଲ୍ ରେ ବେବୀ ବର୍ଥ ଲଞ୍ଚ କରିଛି । ସାଧାରଣ ସିଟ୍ ସହ ଆଉ ଗୋଟିଏ ଛୋଟ ବର୍ଥ ଯୋଡ଼ିଛି ରେଳ ବିଭାଗ । ଏହି ସୂଚନା ଦେଇଛନ୍ତି ଲକ୍ଷ୍ନୌ ଡିଆରଏମ ।

ଲକ୍ଷ୍ନୌ ମେଲ୍ ର କୋଚ୍ ନଂ- ୧୯୪୧୨୯/ବି୪ ରେ ବର୍ଥ-୧୨ ଏବଂ ୬୦ ରେ ରହିଛି ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ଏହି ବର୍ଥ ଟିକୁ ଫୋଲ୍ଡ କରିହେବ । ରାତିରେ ଶୋଇବା ସମୟରେ ମେନ୍ ସିଟ୍ ସହ ଯୋଡ଼ି ଛୁଆ ଶୋଇବା ବନ୍ଦୋବସ୍ତ କରିହେବ ।

Leave A Reply

Your email address will not be published.