Latest Odisha News

BREAKING NEWS

ବରୁଣ-ନତାଶାଙ୍କ ବାହାଘର, ବଚ୍ଚନ ପରିବାରକୁ ମିଳିନି ନିମନ୍ତ୍ରଣ

ମୁମ୍ବାଇ : ବଲିଉଡ ଅଭିନେତା ବରୁଣ ଧୱନ ଓ ନତାଶା ଦଲାଲଙ୍କ ବାହାଘର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଜି ଦୁହିଁଙ୍କ ସଂଗୀତ ସମାରୋହ ଅଛି। ଆସନ୍ତାକାଲି ଅର୍ଥାତ ୨୪ ତାରିଖରେ ବାହାଘର ଅଛି । 

ମହାରାଷ୍ଟ୍ର ଅଲିବଗରେ ବରୁଣ ଓ ନତାଶାଙ୍କ ହାତଗଣ୍ଠି ପଡିବ । ହୋଟେଲରେ ନତାଶାଙ୍କ ପରିବାର ଲୋକ ପହଞ୍ଚି ସାରିଛନ୍ତି । ବରୁଣ ଧୱନଙ୍କ ପରିବାର ମଧ୍ୟ ପହଞ୍ଚି ସାରିଛନ୍ତି ।

ତେବେ ବରୁଣଙ୍କ ବାହାଘରରେ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇନାହିଁ । କରୋନା ମହାମାରୀ ଯୋଗୁଁ ଡେଭିଡ ଧୱନ ଅଧିକ ଅତିଥିଙ୍କୁ ଆମନ୍ତ୍ରିତ କରିନାହାନ୍ତି । ବରୁଣ ଓ ନତାଶାଙ୍କ ବାହାଘରରେ ମାତ୍ର ୫୦ଜଣ ଅତିଥି ସାମିଲ ହେବେ ବୋଲି ଶୁଣିବାକୁ ମିଳିଛି । ଏମାନଙ୍କ ମଧ୍ୟରେ ଉଭୟଙ୍କ ପରିବାର, ନିକଟ ବନ୍ଧୁ ଓ ଇଣ୍ଡଷ୍ଟ୍ରିର କିଛି କଳାକାରଙ୍କ ନାଁ ସାମିଲ ଅଛି ।

ବରୁଣଙ୍କ ବାହାଘରରେ ସଲମାନ ଖାନ, ଶାହରୁଖ ଖାନ, ସିଦ୍ଧାର୍ଥ ମଲହୋତ୍ରା, ଅର୍ଜୁନ କପୁର ସାମିଲ ହେବେ । ତେବେ ବରୁଣଙ୍କ ବାହାଘରର ଅତିଥି ତାଲିକାରେ ବଚ୍ଚନ ପରିବାର, କପୁର ପରିବାର ଓ ଗୋବିନ୍ଦାଙ୍କ ନାଁ ସାମିଲ ନଥିବା ଜଣାପଡିଛି ।

Leave A Reply

Your email address will not be published.