ମୁମ୍ବାଇ: ସମୟ ଥିଲା ଯେତେବେଳେ ଅଭିନେତ୍ରୀ ମନୀଷା କୋଇରାଲା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଗଣିତ ସିନେପ୍ରେମୀ ପାଗଳ ହୋଇଯାଉଥିଲେ । କିନ୍ତୁ ପରେ ସମୟ ଏପରି ମୋଡ ନେଲା ଯେ, ରାଜପରିବାରରୁ ଆସି କ୍ୟାରିୟରର ପ୍ରଥମ ଚଳଚ୍ଚିତ୍ରରୁ ରାତାରାତି ତାରକା ପାଲଟିଥିବା ମନୀଷା ନିଜର ଛୋଟ ଭୁଲ ପାଇଁ କ୍ୟାରିୟରକୁ ବରବାଦ କରି ଦେଲେ । ଘଟଣାଟି ଏମିତି ।
୧୯୯୧ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ସୌଦାଗର’ରୁ ମନୀଷା କୋଇରାଲା ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟିକୁ ଦର୍ଶକ ପସନ୍ଦ କରିବା ସହ ମନୀଷାଙ୍କ ନିଖୁଣ ଅଭିନୟକୁ ପସନ୍ଦ କରିଥିଲେ । ଚଳଚ୍ଚିତ୍ରଟି ହିଟ୍ ମଧ୍ୟ ହୋଇଥିଲା । ପ୍ରଥମ ଚଳଚ୍ଚିତ୍ରରୁ ସେ ରାତାରାତି ତାରକା ପାଲଟିଯାଇଥିଲେ । ତାଙ୍କ ପାଖକୁ ଅଫରର ସୁଅ ଛୁଟିଲା । ୧୯୯୪ ମସିହାରେ ମୁକ୍ତିଲାଭ କରିଥିବା ୧୯୪୨-ଏ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରରେ ମନୀଷାଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା । ପରେ ସେ କ୍ରାଇମ୍ବ୍ରାଞ୍ଚ, ବମ୍ବେ, ଅକେଲ୍ ହମ୍ ଅକେଲ ତୁମ୍, ଦୁଷ୍ମନ, ଗୁପ୍ତ, ମନ୍, ଦିଲ୍ ସେ ଭଳି ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । କେବଳ ହିନ୍ଦି ଚଳଚ୍ଚିତ୍ରରେ ନୁହେଁ, ଦକ୍ଷିଣ, ନେପାଳୀ, ବଙ୍ଗାଳୀ ଓ ଇଂରାଜୀ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ଭଲପାଇବା ତିଆରି କରିପାରିଥିଲେ ।
ଏହା ପରେ ହଠାତ୍ ତାଙ୍କ କ୍ୟାରିୟର ଭିନ୍ନ ମୋଡ଼ ନେଲା । ଅଭିନୟ କ୍ୟାରିୟର ଅପେକ୍ଷା ନିଶା ସେବନ ଅଭ୍ୟସ୍ତ ହୋଇଗଲେ ମନୀଷା । ଧୀରେ ଧୀରେ ଦର୍ଶକଙ୍କଠାରୁ ଦୂରେଇବାକୁ ମଧ୍ୟ ଲାଗିଲେ । କ୍ୟାରିୟରର ଶିଖରରେ ପହଞ୍ଚିବା ପରେ ଯେତେବେଳେ ମନୀଷା ନିଶା ସେବନ କଲେ, ଅନେକ ଭଲ ଅଫର ମଧ୍ୟ ତାଙ୍କ ହାତରୁ ଚାଲିଗଲା । ଏହି ଛୋଟ ଭୁଲ ତାଙ୍କ ଅଭିନୟ କ୍ୟାରିୟରକୁ ନଷ୍ଟ କରିଦେଲା । ୨୦୧୨ ମସିହାରେ ମନୀଷା କର୍କଟ ରୋଗରେ ଆକ୍ରାନ୍ତ ବୋଲି ଜାଣିବାକୁ ପାଇଲେ । ପ୍ରାୟ ଚାରି ବର୍ଷ ଧରି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ମଧ୍ୟ ହେଲେ । ଶେଷରେ କର୍କଟ ରୋଗକୁ ପରାସ୍ତ କରି ଏକ ନୂତନ ଜୀବନ ଆରମ୍ଭ କଲେ । ପୁଣି ଫିଲ୍ମ ଦୁନିଆକୁ ଫେରିଲେ । ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ‘ସଞ୍ଜୁ’ରେ ତାଙ୍କୁ ଦେଖିବାକୁ ମିଳିଲା । ଏବେ ମନୀଷା ତାଙ୍କ କ୍ୟାରିୟର ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତିି । ଅନେକ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଛନ୍ତି । ଆଗକୁ କାର୍ତ୍ତିକ ଆର୍ଯ୍ୟରଙ୍କ ଫିଲ୍ମ ‘ଶେହଜାଦା’ରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ମନୀଷାଙ୍କୁ ଦେଖିବାକୁ ମିଳିବ ।
BREAKING NEWS
- ମହାପ୍ରଭୁଙ୍କ ଦର୍ଶନ ସମୟରେ ଅସୁସ୍ଥ ହେଲେ ଶ୍ରଦ୍ଧାଳୁ; ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର
- ଭାରତର ପ୍ରିୟ ବନ୍ଧୁ ରୁଷିଆ, ପାକ୍ର ଚୀନ୍: ଆମେରିକୀୟ ସଂସ୍ଥାର ସର୍ଭେରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
- ଇନ୍ଧନ ରପ୍ତାନି ଉପରେ ସରକାରଙ୍କ କୋହଳ ନୀତି: ଜାଣନ୍ତୁ ସାଧାରଣ ଖାଉଟିଙ୍କ ଉପରେ ପଡ଼ିବ କି ପ୍ରଭାବ?
- “ଅନେକ ପ୍ରେମିକ ଏବଂ ପ୍ରେମିକା”; Gen-Z ଉପରେ ବାବା ରାମଦେବଙ୍କ ଏଭଳି ମନ୍ତବ୍ୟ, ଶିକ୍ଷା ବ୍ୟବସ୍ଥା ଉପରେ…
- ହକି ବିଶ୍ୱକପ ୨୦୨୬: ୱେଲ୍ସକୁ ୩-୧ରେ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ
- ସ୍ୱାଧୀନତା ଦିବସରେ ଶତକ ମାରି ଇତିହାସ ରଚିଲେ ପାଡିକଲ
- ବିପଦକୁ ଡାକୁଛି ‘ରଙ୍ଗ୍ ରୁଟ୍ ଡ୍ରାଇଭିଂ’: ୪ ଦିନରେ ରାଜ୍ୟରେ କଟିଲା ୩୬ ହଜାରରୁ ଊର୍ଦ୍ଧ୍ୱ ଇ-ଚାଲାଣ
- Odisha to install Doppler radars:ଆଗାମୀ ଦିନରେ କାର୍ଯ୍ୟକ୍ଷମ ହେବ ଆଉ ୩ ଡପଲର୍ ରାଡାର; ପାଣିପାଗର ପୂର୍ବାନୁମାନ ପ୍ରକ୍ରିୟା ହେବ ଅଧିକ ନିଖୁଣ
- ବନ୍ୟା ଜଳରେ ବୁଡ଼ିଛି ରାସ୍ତା, ଭଦ୍ରକ-ଆରଡ଼ି ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ
- ପାହାଡ଼ରୁ ଖସୁଛି ମାଟି ଓ ପଥର: ଭୁସ୍ଖଳନ ଯୋଗୁଁ କେନ୍ଦୁଝରରେ ଜାତୀୟ ରାଜପଥରେ ଯାତାୟାତ ଠପ୍

Comments are closed.