Latest Odisha News

BREAKING NEWS

ବିବାହର ୫ ମାସ ପରେ ଅଲଗା ହେଲେ ରାପର୍ ବାଦଶାହ ଓ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀ

ନୂଆଦିଲ୍ଲୀ: ପ୍ରସିଦ୍ଧ ରାପର୍ ବାଦଶାହ (ଆଦିତ୍ୟ ପ୍ରତୀକ ସିଂହ ସିସୋଦିଆ) ଏବଂ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀ ନିଜ ବିବାହର ମାତ୍ର ୫ ମାସ ପରେ ପରସ୍ପରଠାରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି । ଦୁହେଁ ନିଜ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ମିଳିତ ବିବୃତି ଜାରି କରି ଆପୋଷ ସହମତିରେ ଏହି ନିଷ୍ପତ୍ତି ନେଇଥିବା ନିଶ୍ଚିତ କରିଛନ୍ତି । ବାଦଶାହ ଏବଂ ଇଶା ରିଖୀ ନିଜ ଇନ୍‌ଷ୍ଟାଗ୍ରାମ୍ ଷ୍ଟୋରୀରେ ସେୟାର କରିଥିବା ପୋଷ୍ଟରେ ଲେଖିଛନ୍ତି ମୁଁ ଏବଂ ଇଶା ଆପୋଷ ସହମତିରେ ଅଲଗା ହେବାକୁ ଏବଂ ନିଜ ନିଜ ବାଟରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛୁ । ଏହି ନିଷ୍ପତ୍ତି ପରସ୍ପରର ସମ୍ମାନର ସହ ନିଆଯାଇଛି । ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ଏହି ସମୟରେ ଆମର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ । ଏହି ସମ୍ପର୍କରେ ଏହା ଆମର ପ୍ରଥମ ଏବଂ ଶେଷ ବିବୃତି, ତେଣୁ ଆମ ସମ୍ପର୍କକୁ ନେଇ କୌଣସି ପ୍ରକାରର କଳ୍ପନାଜଳ୍ପନା ନ କରିବାକୁ ଅନୁରୋଧ ।

ଦୀର୍ଘ ୪ ବର୍ଷର ଡେଟିଂ ପରେ ଉଭୟ ମାର୍ଚ୍ଚ ୨୦୨୬ରେ ଏକ ଗୁପ୍ତ ସମାରୋହରେ ବିବାହ କରିଥିଲେ । ଜୁନ୍ ୨୦୨୬ରେ ଇଶା ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ବିବାହ ସମ୍ପର୍କରେ ନିଶ୍ଚିତ କରିଥିଲେ ।  ଜୁଲାଇ ଶେଷ ଆଡ଼କୁ ଇଶା ସୋସିଆଲ ମିଡିଆରେ କିଛି ଭାବପ୍ରବଣ ପୋଷ୍ଟ ସେୟାର କରିଥିଲେ, ଯାହା ପରେ ଦୁହିଁଙ୍କ ମଧ୍ୟରେ ଅସନ୍ତୋଷ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଇଶା ରିଖୀ ଜଣେ ପ୍ରସିଦ୍ଧ ପଞ୍ଜାବୀ ଅଭିନେତ୍ରୀ ଓ ମଡେଲ । ସେ ୨୦୧୩ରେ ନିଜର ଏକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ ।  ୨୦୧୮ରେ ସେ  ହିନ୍ଦୀ ସିନେମାରେ ପଦାର୍ପଣ କରିଥିଲେ । ୨୦୧୨ରେ ସେ ଜାସମିନ୍ ମସିହଙ୍କୁ ପ୍ରଥମ ବିବାହ କରିଥିଲେ । ୨୦୧୭ରେ ତାଙ୍କର ଗୋଟିଏ କନ୍ୟା ସନ୍ତାନ (ଜେସେମି ଗ୍ରେସ୍ ମସିହ ସିଂ) ଜନ୍ମଗ୍ରହଣ କରିଥିଲା । ୨୦୨୦ରେ ବାଦଶାହ ଏବଂ ଜାସମିନ୍‌ଙ୍କର ବିବାହ ବିଚ୍ଛେଦ ହୋଇଥିଲା। ବ୍ୟକ୍ତିଗତ ଜୀବନରେ ଏହି ବାଦବିବାଦ ମଧ୍ୟରେ ବାଦଶାହଙ୍କ ନୂଆ ମରାଠୀ ହିପ୍-ହପ୍ ଗୀତ ୩୧ ଅଗଷ୍ଟ ୨୦୨୬ରେ ମୁକ୍ତିଲାଭ କରିଛି ।

Leave A Reply

Your email address will not be published.