Latest Odisha News

BREAKING NEWS

ଆଜି ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା

ପୁରୀ: ଜନ୍ମବେଦୀରେ ସରିଲା ମହାପ୍ରଭୁଙକ୍ ଲୀଳାଖେଳା । ନବଦିନାତ୍ମକ ଯାତ୍ରା ସାରି ଆଜି ବଡ଼ଦେଉଳ ଅଭିମୁଖେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି । ପୁଣି ଥରେ ରଥ ଚଢ଼ି ବାହୁଡ଼ିବେ ଶ୍ରୀଜିଉ । ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅପେକ୍ଷାରତ ଅଛନ୍ତି ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ । କେତେବେଳେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ବାହାରିବେ ସମସ୍ତେ ଅପେକ୍ଷା କରିଛନ୍ତି ।

ବର୍ତ୍ତମାନ ଗୁଣ୍ଡିଚା ମନ୍ଦିର ଭିତରେ ମହାପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଚାଲିଛି । ନୀତି ନିର୍ଘଣ୍ଟ ଅନୁସାରେ ମଧ୍ୟାହ୍ନ ୧୨ଟା ସୁଦ୍ଧା ଆରମ୍ଭ ହେବ ପହଣ୍ଡି । ଅପରାହ୍ନ ସାଢ଼େ ୨ଟାରୁ ୩ଟା ୩୦ ମଧ୍ୟରେ ଛେରା ପହଁରା ହେବ । ଏହାପରେ ଚାରମାଳ ଫିଟା, ଘୋଡ଼ାଯୋଚା ଓ ସାରଥି ଲାଗିବା ପରେ ଅପରାହ୍ନ ୪ଟା ସୁଦ୍ଧା ରଥଟଣା ହେବ ।

ବିନା ଭକ୍ତରେ ରଥଯାତ୍ରା ଭଳି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି । କେବଳ ସେବାୟତ ମହାପ୍ରଭୁଙ୍କ ରଥ ଟାଣିବେ । ଆଜି ବଡ଼ଦେଉଳ ଅଭିମୁଖେ ବାହୁଡ଼ିବା ବେଳେ ବାଟରେ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଖାଇବେ କାଳିଆ ଠାକୁର ।

ଆଜି ସିଂହଦ୍ୱାର ଆଗରେ ତିନି ରଥ ଲାଗିବ । ଆସନ୍ତାକାଲି ରଥାରୁଢ଼ ଶ୍ରୀଜିଉଙ୍କର ହେବ ସୁନାବେଶ । ୨୨ତାରିଖରେ ଅଧରପଣା ଓ ୨୩ ତାରିଖରେ ନୀଳିଦ୍ରି ବିଜେ କରିବେ ମହାପ୍ରଭୁ ।

Leave A Reply

Your email address will not be published.