Latest Odisha News

BREAKING NEWS

ବୈତରଣୀ ନଦୀର ଜଳ ସ୍ତର କମିଛି ହେଲେ ବିପଦ ଟଳିନି

ଯାଜପୁର: ବୈତରଣୀରେ ଆସିଥିବା ବନ୍ୟା ଛାଡ଼ି ଯାଇଛି ସତ ହେଲେ ବିପନ୍ନଙ୍କ ଦୁଃଖ ବଢି ଯାଇଛି । ଏବେବି ବନ୍ୟା ଜଳରେ ବୁଡ଼ି ରହିଛି ଏକର ଏକର ଚାଷ ଜମି । ଲୋକେ ଚାଷ ସହ ସହ ବାସ ହରାଇଛନ୍ତି । କିନ୍ତୁ ସାହାଯ୍ୟ ଭାବେ ଏଯାଏ ମିଳିଛି କେଇ ମୁଠା ଚୂଡ଼ା ଓ ଗୁଡ଼।

ବୈତରଣୀରେ ବନ୍ୟା ଏବଂ ଶାଖା କାଣୀ ନଦୀର ବ୍ରହ୍ମଚାରିପାଟଣାରେ ସୃଷ୍ଟି ହୋଇଥିବା ଘାଇ ଯୋଗୁଁ ୧୦ରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ କ୍ଷତିଗ୍ରସ୍ତ ହୋଇଯାଇଛନ୍ତି । ବ୍ରହ୍ମଚାରୀ ପାଟଣାରେ ଘାଇ ସୃଷ୍ଟି ହେବା ପରେ ସେଠାକୁ ଯାଇ ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ଘାଇ ମରାମତି କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଚୂଡ଼ା ,ଗୁଡ଼ ବଣ୍ଟନ କରିବା ସହିତ ଗୃହପାଳିତ ପଶୁ ମାନଙ୍କ ପାଇଁ ଗୋ-ଖାଦ୍ୟ ଦିଆଯାଇଛି ।

ଏବେ ଘାଇ ମୁହଁ ମୁକୁଳା ଥିବାରୁ ପୁଣି ଲଘୁଚାପ ବର୍ଷା ଲୋକଙ୍କୁ ଆତଙ୍କିତ କରିଛି । ବନ୍ୟାଜଳ ସମ୍ପୂର୍ଣ୍ଣ ଛାଡିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ପ୍ରତିବର୍ଷ ବୈତରଣୀ ନଦୀରେ ଏମିତି ବନ୍ୟା ଆସି ଅନେକଙ୍କୁ ବିପନ୍ନ କରି ଦେଉଛି । କାହାର ବାସ ତ କିଏ ବେଉସାକୁ ହରାଉଛି ବନ୍ୟାରେ ।

Leave A Reply

Your email address will not be published.