Latest Odisha News

BREAKING NEWS

ଫୁଲୁଛି ବୈତରଣୀ

ଭଦ୍ରକ: ଭଦ୍ରକ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ । ଏଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେକେ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଜଳ ସ୍ତର ୧୮.୧୭ ମିଟର ଉପରେ ପ୍ରବାହିତ ହେଉଛି । ତେବେ ଉପରମୁଣ୍ଡରେ କାନପୁର ବେରେଜ ରହିଥିବା ଏବଂ ଵର୍ତମାନ ଖୋଲାଥିବା ୨ ଗୋଟି ଗେଟ ମଧ୍ୟରୁ ଗୋଟିଏ ବନ୍ଦ କରିଦିଆଯାଇଥିବା ହେତୁ ଆଖୁଆପଦାଠାରେ ବୈତରଣୀ ଜଳ ସ୍ତର ସର୍ବାଧିକ ୧୮.୫୦ ମିଟର ।

ଏଠାରେ ଜଳସ୍ତର ବୃଦ୍ଧି ପାଇଲେ ଭଣ୍ଡାରିପୋଖରୀ ବ୍ଳକରେ ତଳିଆ ଅଂଚଳ କୁହାଯାଉଥିବା ତାହାଣିଆ,ନପଙ୍ଗ,ବିରୁଳି, ମାଲଦା,ମଣିନାଥପୁର ଏବଂ ଷୋଳମପୁର ପଞ୍ଚାୟତ ସହିତ ଧାମନଗର ବ୍ଲକ ଆନନ୍ଦପୁର,ଷୋହଡା ଏବଂ ଖଡ଼ିପଦା ପ୍ରଭୁତି ପଂଚାୟତର ତଳିଆ ଅଂଚଳ ବନ୍ୟା ପ୍ଲାବିତ ହେବା ଆଶଙ୍କା କରାଯାଉଥିବା କଥା ଜିଲ୍ଳାପାଳ କହିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାମନଗରକୁ ଗୋଟିଏ ଏନଡିଆରଫ ଏବଂ ଭଣ୍ଡାରିପୋଖରୀକୁ ଗୋଟିଏ ଓଡ୍ରାଫ୍ଟ ଟିମ ପଠାଇବାକୁ ଜିଲ୍ଳାପାଳ କହିଛନ୍ତି ।

ସେହିଭଳି ଏହି ଅଞ୍ଚଳ ଉପରେ ନଜର ରଖିବାକୁ ତହସିଲଦାର ଏବଂ ବିଡ଼ିଓଙ୍କୁ ନିର୍ଦେଶ ଦିଆଯାଇଥିବା ବେଳେ ନୋଡାଲ ଅଫିସର ମୃତୟନ କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳରେ ରନ୍ଧା ଏବଂ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଇଥିବା କଥା ଜିଲ୍ଳାପାଳ କହିଛନ୍ତି ।

 

Leave A Reply

Your email address will not be published.