Latest Odisha News

BREAKING NEWS

ଦିଲ୍ଲୀ ଛାଡିଲେ ରେସଲର, ପୋଲିସର ଚେତାବନୀ ଏଥରର ଜନ୍ତରମନ୍ତରରେ ଧାରଣା କରିପାରିବନି

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ରେସଲରମାନେ ଜନ୍ତରମନ୍ତରରେ ଧାରଣା ଦେଉଥିଲେ । ନୂତନ ସଂସଦ ଭବନ ସାମ୍ନାକୁ ଯିବା ନେଇ ଜିଦ ଧରିବାକୁ ରେସଲର ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସ ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିନେଶ ଫୋଗଟ, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆଙ୍କ ପରି ରେସଲରଙ୍କୁ ଅଟକ ରଖିବା ସହ ଧାରଣାସ୍ଥଳର ତମ୍ବୁ ଭାଙ୍ଗି ଦେଇଥିଲେ । ୧୦୯ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଏଥିରେ ଦଙ୍ଗା ସୃଷ୍ଟି କରିବା ଓ ସରକାରୀ କାର୍ଯ୍ୟରେ ବାଧା ଉତ୍ପନ କରିବା ଅଭିଯୋଗ ସାମିଲ ।

ଯଦି ରେସଲରମାନେ ଦୋଷୀ ସାବ୍ୟସ୍ତ ହେବେ ତେବେ ୭ ବର୍ଷ ଜେଲଦଣ୍ଡ ଭୋଗି ପାରନ୍ତି । ରେସଲରମାନେ ଜନ୍ତରମନ୍ତରରୁ ଯିବା ବେଳେ ପୋଲିସ ସେମାନଙ୍କ ପଛରେ ଯାଇଥିଲା । ଏ ନେଇ ଭିନେଶ କହିଥିଲେ ଆମକୁ କଣ ଏନକାଂଉଟର କରାଯିବ । ପୋଲିସ କହିବା ଅନୁସାରେ ଆମେ ୩୮ ଦିନ ଧରି ଧାରଣ ଦେଉଥିବା ରେସଲରଙ୍କୁ ସମସ୍ତ ସହଯୋଗ କରିଥିଲୁ । ସେମାନେ ଆଇନକୁ ହାତମୁଠା ନେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲୁ ।

ଆମ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ୭ ଦିନରୁ କମ ସମୟ ଲାଗିଲା ଅଥଚ ବ୍ରିଜଭୂଷଣଙ୍କ ବିରୋଧରେ ଏବେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ସାକ୍ଷୀ ମଲିକ କହିଛନ୍ତି । ଏହି ଆନ୍ଦୋଳନ ନେଇ ୩ଟି ବୟାନ ଚର୍ଚ୍ଚାର କାରଣ ସାଜିଛି । ସେଗୁଡିକ ହେଲା ଅଖିଳେଶ ଯାଦବଙ୍କ ଦେଶ ଏହି ଅପମାନ ଭୁଲିବ ନାହିଁ । ଅବସରପ୍ରାପ୍ତ ଆଇପିଏସ ଏନସି ଆସ୍ଥାନାଙ୍କ ଦରକାର ପଡିଲେ ଗୁଳି ବି ମାରିବୁ ଓ ବଜରଙ୍ଗଙ୍କ ଛାତିରେ ଗୁଳି ଖାଇବୁ, ପିଠି ଦେଖାଇବୁ ନାହିଁ ।

Leave A Reply

Your email address will not be published.