Latest Odisha News

BREAKING NEWS

୨୪ ମାସ ମଧ୍ୟରେ ଶେଷ ହେବ ବଲାଙ୍ଗିର ଜିଲ୍ଲାର ୨ ପାନୀୟ ଜଳ ପ୍ରକଳ୍ପ; ବାଜିଲା କ୍ୟାବିନେଟ ମୋହର

ଭୁବନେଶ୍ୱର:ବଲାଙ୍ଗିର ଜିଲ୍ଲା ପାଇଁ ଖୁସି ଖବର । ବଲଙ୍ଗିର ଜିଲ୍ଲାରେ ୨ଟି ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପକୁ ଆଜି କ୍ୟବିନେଟ ମଞ୍ଜୁରି ମିଳିଛି ।

ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ବସବାସ କରୁଥିବା  ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ JJM ଯୋଜନାରେ ବଲାଙ୍ଗିର ଜିଲ୍ଲାରେ ୨ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ EPC ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟସରକାର । ଏହି ପ୍ରଳ୍ପକୁ ଆଜି ରାଜ୍ୟ କ୍ୟାବନେଟରେ ମଞ୍ଜୁରି ମିଳିଛି ।

ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବଲାଙ୍ଗିର ଜିଲ୍ଲଶର ଟିଟିଲାଗଡ ବ୍ଲକ ଅଧୀନରେ ଥିବା ୧୬ଟି ପଞ୍ଚାୟତ ଅନ୍ତର୍ଗତ ୮୨ ଗ୍ରାମରେ ରହୁଥିବା ୭୧, ୩୯୨ ଜଣ ଲୋକଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରିବ ।

ଏହି କାର୍ଯ୍ୟ ସମ୍ପାଦନ କରିବା ପାଇଁ ଠିକାଦାର ସଂସ୍ଥା M/s Megha Engineering and Infrastructures Limited, Hyderabadକୁ ଦିଆଯାଇଛି । ସଂସ୍ଥା ପକ୍ଷରୁ ଏହାର ବ୍ୟୟ ଅଟକ ୧୮୭ କୋଟି ୫୦ ଲକ୍ଷ ରଖାଯାଇଛି । ଉକ୍ତ ସଂସ୍ଥା ୨୪ ମାସ ସମୟ ସୀମା ମଧ୍ୟରେ ଏହି ପ୍ରକଳ୍ପ କାମ ଶେଷ କରିବ ବୋଲି ଲକ୍ଷ୍ୟଧାର୍ଯ୍ୟ କରିଛି ।

ସୂଚନାଥାଉ କି, ଆଜି କ୍ୟାବିନେଟରେ ସରକାର ୧୮ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି । ବଲାଙ୍ଗିରର ଏହି ପ୍ରକଳ୍ପ ସହ ଗଜପତି ଜିଲ୍ଲାର କେତେକ ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି । ଏଥିସହିତ VSSUTର ଉନ୍ନତୀକରଣ ପାଇଁ ୨୦୦୦ କୋଟି  ଅନୁମୋଦନ ମିଳିଛି । ତା ଛଡା ବେସରକାରୀ ଓ ଜୁନିଅର କଲେଜରେ ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀକୁ ମଧ୍ୟ ମଂଜୁରୀ ମିଳିଛି ।

Leave A Reply

Your email address will not be published.