Latest Odisha News

ପଞ୍ଚାୟତ ନିର୍ବାଚନରେ ନିରାଶ ହେଲେ ମଡେଲ ପ୍ରିୟଙ୍କା

ବଲାଙ୍ଗିର: ନିରାଶ ହେଲେ ସୁନ୍ଦରୀ ମଡେଲ ପ୍ରିୟଙ୍କା । ଲୋକଙ୍କ ମନ କିଣିବାରେ ଫେଲ ମାରିଲେ । ପଞ୍ଚାୟତ ନିର୍ବାଚନରେ ତାଙ୍କୁ ପରାଜୟ ହେବାକୁ ପଡ଼ିଛି । ସେ ୫୮୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।

ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚୁଡ଼ାପାଲ୍ଲି ପଞ୍ଚାୟତର ପ୍ରିୟଙ୍କା ନନ୍ଦ । ଗାଁରେ ପାଠ ପଢି ସେ ରାଜ୍ୟ ବାହାରକୁ ଯାଇଥିଲେ ମୋଡେଲିଂ କରିବା ପାଇଁ । ୨୦୧୫ ମସିହାରେ ସେ ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗୀତାରେ ମିସ ଫଟୋଜେନିକ ହୋଇଥିଲେ । ପରେ ସେ ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ମଧ୍ୟ ହୋଇଥିଲେ । ୨୦୨୦ ମସିହାରେ ସେ ଇଣ୍ଡିଆନ ଷ୍ଟାଇଲ ଆଇକନ୍ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିଲେ।

ମଡେଲ ପ୍ରିୟଙ୍କା ନିଜ ଗାଁର ବିକାଶ ପାଇଁ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇ ଥିଲେ ହେଲେ ଗାଁ ଲୋକ ତାଙ୍କୁ ନିରାଶ କରିଥିଲେ । ପଞ୍ଚାୟତ ନିର୍ବାଚନରେ ତାଙ୍କ ପରାଜିତ ହେବାକୁ ପଡ଼ିଛି ।

Comments are closed, but trackbacks and pingbacks are open.