Latest Odisha News

BREAKING NEWS

ନିର୍ବାଚନୀ ପରବର୍ତ୍ତୀ ହିଂସା: ୧୦ ରାଉଣ୍ଡ ଫୁଟିଲା ଗୁଳି ! ୬ ଆହତ

ବୌଦ୍ଧ: ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ! ଉଭୟ ପକ୍ଷରୁ ୬ ଗରୁତର । ଫଳାଫଳ ପ୍ରକାଶ ପାଇବା ପରେ ବୌଦ୍ଧ ଜିଳ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଉଭୟ ଗରୁତରଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଛି ।

ସୂଚନା ଅନୁସାରେ, ମନମୁଣ୍ଡା-ବୌଦ୍ଧ ରାସ୍ତାର ଦହ୍ୟା ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିଲା ଏହି ଗୁଳିକାଣ୍ଡ ! ବୌଦ୍ଧ ଜିଲ୍ଲା ରକ୍ସା ପଞ୍ଚାୟତର ଉଭୟ ବିଜେତା ଓ ପରାଜିତା ସରପଞ୍ଚଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଫୁଟିଥିଲା ଗୁଳି । ଉଭୟ ପକ୍ଷରୁ ୧୦ ରାଉଣ୍ଡ ଗୁଳିମାଡ଼ ହୋଇଥିଲା । ଏଥିରେ ଉଭୟ ପକ୍ଷର ୩ଜଣ ଲେଖାଏଁ ଆହତ ହୋଇଥିଲେ ।

ବିଜୟୀ ସରପଞ୍ଚ ବିଭୁତି ଭୂଷଣ ଡାଙ୍ଗଙ୍କ ସମର୍ଥକ ଗୁଳିମାଡ଼ରେ ପରାଜିତ ପ୍ରାର୍ଥୀ ରଞ୍ଜନ ଜଗଦଲାଙ୍କ ୩ ସମର୍ଥକ ଏଥିରେ ଆହତ ହୋଇଥିଲେ । ଆହତମାନେ ହେଲେ କପାସିରା ଗ୍ରାମର ରାଜେନ୍ଦ୍ର ଜଗଦଲା ଓ ଚନ୍ଦନ ମଲ୍ଲିକଙ୍କ ଦେହରେ ଗୁଳି ବାଜିଥିବା ବେଳେ ଗୋପାଳ ମଲ୍ଲିକଙ୍କ ହାତ ଭାଙ୍ଗିଛି । ସମସ୍ତ ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସେହିପରି ପରାଜିତ ପ୍ରାର୍ଥୀ ରଞ୍ଜନ ଜଗଦଲାଙ୍କ ସମର୍ଥକଙ୍କ ଢେଲାମାଡ଼ରେ ବିଜୟୀ ପ୍ରାର୍ଥୀ ବିଭୁତି ଭୂଷଣ ଡାଙ୍ଗଙ୍କ ୩ ସମର୍ଥକ ଆହତ ହୋଇଥିଲେ । ସେମାନଙ୍କୁ ବାଉଁଶୁଣି ଡାକ୍ତଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ଘଟଣା ସମ୍ପର୍କରେ ଖବର ପାଇ ବୌଦ୍ଧ ଏସଡିପିଓ ଓ ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

Comments are closed, but trackbacks and pingbacks are open.