Latest Odisha News

BREAKING NEWS

କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୫ଟି ସ୍ଥାନରେ ଚଢ଼ାଉ କରିଛି । ବାଲେଶ୍ୱର କ୍ଷୁଦ୍ର ଜଳସେଚନ ଡିଭିଜନ ନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଅଫିସ୍ ସହ ଅନ୍ୟ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ୩ ଜଣ ଡିଏସପିଙ୍କ ନେତୃତ୍ୱରେ ରେଡ୍ ଚାଲିଥିବା ବେଳେ ୧୨ ଇନ୍ସପେକ୍ଟର, ୨ ଜଣ ସବ୍ ଇନ୍ସପେକ୍ଟର୍ସ, ୫ ଜଣ ଏଏସ୍ଆଇଙ୍କ ସହ ଅନ୍ୟ ଅଧିକାରୀ ସାମିଲ୍ ଅଛନ୍ତି ।

ଚଢ଼ାଉ ନେଇ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି । ରାଜ୍ୟର ୪ଟି ସ୍ଥାନ ସହ ରାଜ୍ୟ ବାହାର ଗୋଟିଏ ସ୍ଥାନରେ ଚଢ଼ାଉ ଜାରି ରହିଛି । ରାୟଗଡ଼ା ସ୍ଥିତ କସ୍ତୁରୀ ନଗର ପ୍ରଥମ ଗଳିରେ ଥିବା ପୈତୃକ ଘର ସହ ଅନ୍ୟ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ।

ଭୁବନେଶ୍ୱର ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ୍, ମୟୂରଭଞ୍ଜ ଜିଲ୍ଲା ବାରିପଦା ଏଲ୍ଆଇସି କଲୋନୀ ସ୍ଥିତ ସରକାରୀ ବାସଭବନ, ବାଲେଶ୍ୱର ସ୍ଥିତ କ୍ଷୁଦ୍ର ଜଳସେଚନ ଡିଭିଜନ ସ୍ଥିତ ଅଫିସ୍ ସହ ବିଶାଖାପାଟ୍ଟଣମ୍ ସ୍ଥିତ ହିଲ୍ ଭ୍ୟୁ ରେସିଡେନ୍ସିରେ ଥିବା ଫ୍ଲାଟରେ ଚଢ଼ାଉ ଚାଲିଛି ।

Leave A Reply

Your email address will not be published.