Latest Odisha News

କଇଁଥଗୋଡ଼ାରେ ଦନ୍ତା ହାତୀ ମୃତ

କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦନ୍ତାହାତୀ ମୃତ। ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଇଁଥଗୋଡା ନିକଟରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର । ବିଦ୍ୟୁତ ଜନିତ ଆଘାତ କାରଣରୁ ଦନ୍ତା ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହାତୀଟିର ଅନୁମାନିକ ବୟସ ପ୍ରାୟ ୨୫ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ସୂଚନା । ହାତୀଟିର ଶୁଣ୍ଢଟି ବିଦ୍ୟୁତ ତାର ସହିତ ଗଭୀର ଆଘାତ ଏବଂ ରକ୍ତାକ୍ତ ହୋଇଥିବା ଦେଖିବାକୁ ମିଳିଛି। ଚାଷ ଜମିରେ ବିଛା ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି  ।

ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ହାତୀ ମୃତ୍ୟୁ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ତେବେ ଗତ କାଲି କଇଁଥଗୋଡା ଅଞ୍ଚଳରେ ଦୁଇଟି ହାତୀ ବୁଲୁଥିବା ବେଳେ ଆଜି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି ।ଏନେଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ହାତୀର ଏଭଳି ସନ୍ଦେହଜନକ ମୃତ୍ୟୁ ପାଇଁ ବନବିଭାଗ କର୍ମଚାରୀ ଦାୟୀ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି  ।

 

Leave A Reply

Your email address will not be published.