Latest Odisha News

ଆସୁଅଛି ଶେଖର କାପୁରଙ୍କ କ୍ଲାସିକ ଫିଲ୍ମ ମାସୁମର ସିକ୍ୱେଲ

ମୁମ୍ବାଇ:ଭାରତୀୟ ସିନେମା ଇତିହାସରେ ଫିଲ୍ମମେକର ଶେଖର କାପୁର ଦର୍ଶକଙ୍କୁ ଅନେକ ଭଲ ଫିଲ୍ମ ଭେଟି ଦେଇଛନ୍ତି । ଏହା ମଧ୍ୟରେ ୧୯୮୩ରେ ରିଲିଜ ହୋଇଥିବା ମାସୁମ ଅନ୍ୟତମ । ଦର୍ଶକଙ୍କୁ ଏହି ଫିଲ୍ମ ସର୍ବଦା ପସନ୍ଦ ଆସିଅଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଶେଖର କାପୁର ଏହାର ସିକ୍ୱେଲ ଉପରେ କାମ କରିବା ଆରମ୍ଭ କରି ଦେଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଦର୍ଶକମାନେ ଉତ୍ସାହିତ ହୋଇ ପଡିଛନ୍ତି । ମାସୁମ.. ଦି ନ୍ୟୁ ଜେନେରେଶନ ସମ୍ପର୍କରେ ସେ ଖୁବ ଶୀଘ୍ର ବିଧିବଦ୍ଧ ଘୋଷଣା କରିବେ । ସେ ଏବେ ଏହାର ସ୍କ୍ରିପ୍ଟ ନେଇ ବ୍ୟସ୍ତ ଅଛନ୍ତି । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ କଳାକାରଙ୍କ ନାମ ଚୟନ କରାଯିବ ।

BjdElectrycity

ନିକଟରେ ହ୍ୱାଟସ ଲଭ ଗଟ ଟୁ ୱିଦ ଇଟ ର ସଫଳତା ପରେ ସେ ଏଥିପାଇଁ ଅଂଟା ଭିଡିଛନ୍ତି । ସେ ମିଷ୍ଟର ଇଣ୍ଡିଆ, ବ୍ୟାଣ୍ଡିଟ କୁଇନ, ଏଲିଜାବେଥ ଓ ଏଲିଜାବେଥ ଦି ଗୋଲ୍ଡେନ ଏଜ କରି ଫିଲ୍ମ ନିଜକୁ ଆନ୍ତର୍ଜାତୀୟସ୍ତରରେ ପ୍ରତିଷ୍ଠିତ କରିପାରିଛନ୍ତି । ତାଙ୍କର ଏଲିଜାବେଥ ଫିଲ୍ମ ଓସ୍କାର ପୁରସ୍କାର ମଧ୍ୟ ହାତେଇଛି ।

Leave A Reply

Your email address will not be published.