Latest Odisha News

BREAKING NEWS

ବହୁ ଚର୍ଚ୍ଚିତ ବାଘମ୍ବରି ମଠର ଗାଦିରେ ବସିବେ ବଲବୀର ଗିରି

ଉତ୍ତରପ୍ରଦେଶ : ବହୁ ଚର୍ଚ୍ଚିତ ବାଘମ୍ବରି ମଠର ଉତ୍ତରାଧିକାରୀ ହେବେ ୩୫ ବର୍ଷୀୟ ବଲବୀର ଗିରି। ପଞ୍ଚ ପରମେଶ୍ୱରଙ୍କ ନିଷ୍ପତି କ୍ରମେ ଦାୟିତ୍ୱ ହସ୍ତାନ୍ତର । ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହ ଜନକ ଆତ୍ମହତ୍ୟା ପରେ ଖାଲି ପଡ଼ିଥିଲା ଗାଦି। ସର୍ବସମ୍ମତି କ୍ରମେ ମଠ ପଞ୍ଚପରମେଶ୍ୱର ବଲବୀର ଗିରିଙ୍କୁ ଗାଦିରେ ବସାଇବା ପାଇଁ ଘୋଷଣା କରିଛନ୍ତି । ଅକ୍ଟୋବର ୫ ତାରିଖରେ ମହେନ୍ଦ୍ର ଗିରିଙ୍କ ଷୋଡଶ ସଂସ୍କାର ହେବା ସହ ବଲବୀରଙ୍କ ହାତରେ ମଠ ଦାୟିତ୍ୱ ହସ୍ତାନ୍ତର କରାଯିବ।

ସୂଚନା ଅନୁସାରେ ନରେନ୍ଦ୍ର ଗିରିଙ୍କ ସୁଇସାଇଡ୍ ନୋଟରେ ବଲବୀରଙ୍କୁ ଉତ୍ତରାଧିକାରୀ କରିବାକୁ ଲେଖାଯାଇଥିଲ।। ହେଲେ ଏହା ଏକ ଫେକ୍ ସୁଇସାଇଡ ନୋଟ ବୋଲି କହି ଏହାକୁ ପ୍ରତ୍ୟାକ୍ଷାନ କରିଥିଲେ ମଠର ପଞ୍ଚ ପରମେଶ୍ୱର । ହେଲେ ଗଣମାଧ୍ୟମରେ ନରେନ୍ଦ୍ର ଗିରିଙ୍କ ରେଜିଷ୍ଟେଡ ୱିଲ ପେପରରେ ଏହା ଖୁଲାସା ହୋଇଥିଲା । ୨୦୨୦ ମସିହାରେ ଲିଖିତ ଏକ ୱିଲ ପେପରରେ ନରେନ୍ଦ୍ର ଗିରି ବଲବୀରଙ୍କୁ ଉତ୍ତରାଧିକାରୀ କରିଥିବା ପ୍ରମାଣ ମିଳିଛି।

ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ ଟିମ୍ ଖୋଳତାଡ ଜାରି ରଖିଛି। ଯାଞ୍ଚର ମହନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସକାଉଥିବା ଅଭିଯୋଗରେ ଆନନ୍ଦ ଗିରି,ଆଦ୍ୟାପ୍ରସାଦ ଗିରି ଓ ସନ୍ଦିପ ତିୱାରୀଙ୍କୁ ଜେରା କରିିଛି ସିବିଆଇ।

Leave A Reply

Your email address will not be published.