Balianta Soumya Murder Case: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା:ଆକ୍ରମଣର ଶିକାର ଝିଅଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ
ଭୁବନେଶ୍ୱର:ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା। ଏହି ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।
ସୌମ୍ୟ ହତ୍ୟା ମାମଲାରେ ଘଟଣା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ମାମଲାରେ ସୌମ୍ୟଙ୍କ ସାଙ୍ଗମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ ପୂର୍ବରୁ ସରିଥିବା ବେଳେ ଏବେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟ କରାଯିବାକୁ ନେଇ ସୂଚନା ଦିଆଯାଇଛି ।
ସୌମ୍ୟ ହତ୍ୟା ମାମଲାକୁ ନେଇ ଏବେ ସମସ୍ତଙ୍କ ନଜର କ୍ରାଇମବ୍ରାଞ୍ଚର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।
ସୌମ୍ୟଙ୍କ ସାଙ୍ଗମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ ଶେଷ ହୋଇଥିବା ବେଳେ ଏବେ ଝିଅମାନଙ୍କର ଟେଷ୍ଟ ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ କଡ଼ି ହେବ ବୋଲି ଜଣାପଡ଼ିଛି ।

