Latest Odisha News

ଆଜି ‘କନ୍ଧମାଳ ବନ୍ଦ’ ଡାକରା, ସାଧାରଣ ଜୀବନ ଯାତ୍ରା ବ୍ୟାହତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ସୂଚନା ଅନୁଯାୟୀ ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁରଙ୍କ ଭାଇରାଲ ଭିଡିଓ ଏବଂ କୋଟଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାର ପ୍ରତିବାଦରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ଅନ୍ୟପକ୍ଷରେ ଏହି ବନ୍ଦ ଡାକରା ଯୋଗୁଁ ଦୋକାନ ବଜାର ବନ୍ଦ ହେବା ସହ ଗାଡି ଚଳାଚଳ ବନ୍ଦ ରହିଛି । ଏଥିସହିତ ସାଧାରଣ ଜୀବନ ମଧ୍ୟ ବ୍ୟାହତ ହୋଇଛି ।

“ଜିଲ୍ଲା ପ୍ରଶାସନର ଉଦାସନୀତା ଯୋଗୁଁ ମହିଳାମାନଙ୍କର ସୁରକ୍ଷା ପ୍ରତି ଏକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ସମଗ୍ର ଜିଲ୍ଲାରେ ନାବାଳିକା ଦୁଷ୍କର୍ମ ପରି ଘଟଣା ଜିଲ୍ଲାରେ ଅହେତୁକ ଭାବେ ବୃଦ୍ଧି ପାଇଛି । ଆମେ  ଏସପି ଓ ଜିଲ୍ଲାପାଳଙ୍କ ତୁରନ୍ତ ବଦଳି ଦାବି କରୁଛୁ” ବୋଲି ଗଣମାଧ୍ୟମକୁ କହିଛନ୍ତି ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅର୍ଚ୍ଚନା ପ୍ରଧାନ ।

ଅନ୍ୟପକ୍ଷରେ “ବିଜେଡି କହିଛି ଏହି ବନ୍ଦ କନ୍ଧମାଳ ଜିଲ୍ଲାରେ କୌଣସି ପ୍ରଭାବ ପକାଇପାରିବ ନାହିଁ । ଏହି ଘଟଣାକୁ ରାଜନୀତିକରଣ କରି ବିଜେପି ଆଜି ବନ୍ଦ ଡାକରା ଦେଇଛି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି”  ବିଜେଡି ମହିଳା ଜନତା ଦଳ ସଭାନେତ୍ରୀ ଅନିମା କହଁର ।

Leave A Reply

Your email address will not be published.