Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତଙ୍କ ସାଙ୍ଗ ସିଦ୍ଧାର୍ଥ ପିଟାନୀଙ୍କୁ ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତ କରୁଛି ମୁମ୍ବାଇ ପୋଲିସ । ଆଜି ସୁଶାନ୍ତଙ୍କ ଅନ୍ତରଙ୍ଗ ବନ୍ଧୁ ସିଦ୍ଧାର୍ଥ ପିଟାନୀଙ୍କ ବୟାନ ରେକର୍ଡ କରିଛି ବାନ୍ଦ୍ରା ପୋଲିସ । କୁହାଯାଉଛି ସିଦ୍ଧାର୍ଥ ସୁଶାନ୍ତଙ୍କ ସହ ଆପାର୍ଟମେଣ୍ଟ ସେୟାର କରୁଥିଲେ ।
ପୂର୍ବରୁ ପୋଲିସ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବ୍ରାଙ୍କ ସମେତ ଆଉ କିଛି ଲୋକଙ୍କ ବୟାନ ରେକର୍ଡ କରାଯାଇଛି । ସୁଶାନ୍ତଙ୍କ ପରିବାର ଲୋକଙ୍କୁ ବି ପଚରାଉଚରା କରିଛି । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଆତ୍ମହତ୍ୟାର ଖୋଳତାଡ କରୁଛ ବାନ୍ଦ୍ରା ପୋଲିସ ।

Leave A Reply

Your email address will not be published.