Latest Odisha News

BREAKING NEWS

ରଥଯାତ୍ରା ନିମନ୍ତେ ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଦୀପଦାନ

ପୁରୀ: ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ରୀତି ନୀତି ନିର୍ବିଘ୍ନରେ ସମ୍ପନ୍ନ ହେବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ରବିବାର ଦିନ ପୁରୀ ସହରର ବିଭିନ୍ନ ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଓ ଶ୍ରୀମନ୍ଦିରର ସେବକମାନେ ଏକାଠି ହୋଇ ଦୀପଦାନ କରି ପ୍ରାର୍ଥନା କରିଛନ୍ତି ।

ଶ୍ରୀଜୀଉଙ୍କ ଅଖଣ୍ଡ ମେକାପ ସେବକ ଦାମୋଦର ମହାନ୍ତି ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉଙ୍କ ନିକଟରେ ଦୀପ ନୈବେଦ୍ୟ ଅର୍ପଣ କରିବା ପରେ ପୁରୀ ସହରର ଭକ୍ତ ଓ ସାଧାରଣ ଜନତାଙ୍କ ତରଫରୁ ମଧ୍ୟ ପତିତପାବନଙ୍କ ସମ୍ମୁଖରେ ମହାପ୍ରଭୁଙ୍କ ପୂଜାପଣ୍ଡା ସାମନ୍ତ ଶ୍ରୀରାମନାରାୟଣ ପୂଜାପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।

ଏଥିସହିତ ପୂଜ୍ୟ ଗୁରୁଜୀ, ଆଦ୍ୟ ସେବକ ଗଜପତି ମହାରାଜା, ରାଜ୍ୟ ସରକାର, କେନ୍ଦ୍ର ସରକାର, ତଥା ମହାନୁଭବଙ୍କ କଣ୍ଠରେ ମା ସରସ୍ୱତୀ ବିରାଜମାନ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା । ଏପରିକି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଶୁଣାଣି ସକାରାତ୍ମକ ହେଉ, କଟକଣାଯୁକ୍ତ ରଥଯାତ୍ରାରେ ମହାପ୍ରଭୁଙ୍କ ନନ୍ଦିଘୋଷ ବଡ଼ଦାଣ୍ଡରେ ଗଡୁ ବୋଲି ବିନୀତ ପ୍ରାର୍ଥନା କରାଯାଇଥିଲା ।

Leave A Reply

Your email address will not be published.