Latest Odisha News

BREAKING NEWS

୨୧ ବର୍ଷ ପରେ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇଲା ବାଂଲାଦେଶ

ମୀରପୁର: ୨୧ ବର୍ଷ ପରେ ଆନ୍ତର୍ଜାତୀୟ ଦିିନିକିଆ କ୍ରିକେଟରେ ଅଷ୍ଟ୍ରେଲିଆକୁ ବାଂଲାଦେଶ ପରାସ୍ତ କରିଛି । ପାକିସ୍ତାନକୁ ଦିନିକିଆ ସିରିଜରେ ହରାଇବା ପରେ ଏବେ ମୀରପୁରରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆକୁ ବାଂଲାଦେଶ ପରାସ୍ତ କରି ଜବରଦସ୍ତ ଫର୍ମରେ ରହିଛି । ଏହା ପୂର୍ବରୁ ୨୦୦୫ରେ ବାଂଲାଦେଶ ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାଜିତ କରିଥିଲା । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବିନିମୟରେ ୨୮୪ ରନ କରିଥିଲା । ମୋସଦିକ ହୋସେନ ୮୬ ରନ କରି ଅପରାଜିତ ରହିଥିଲେ । ନାଜମୁଲ ହୋସେନ ସାନ୍ତୋ ୬୭ ଓ ତାନଜିଦ ହାସନ ୫୪ ରନ କରିଥିଲେ ।

ଜବାବରେ ୪୨.୨ ଓଭରରେ ଅଷ୍ଟ୍ରେଲିଆ ୯ ୱିକେଟ ବିନିମୟରେ ୧୯୧ ରନ କରିଥିଲା । ଏହା ପରେ ବର୍ଷା ହେବା ଯୋଗୁ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଡକ୍ୱୱର୍ଥ ଲୁଇସ ନିୟମ ଅନୁସାରେ ବାଂଲାଦେଶ ବିଜୟ ହାସଲ କରିଥିଲା । ନାହିଦ ରାଣା ଦଳ ପକ୍ଷରୁ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ହୋସେନଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.