Latest Odisha News

BREAKING NEWS

୧୭ ଇସ୍କନ ସାଧୁଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା ବାଂଲାଦେଶ

ଢାକା: ବାଂଲାଦେଶରେ ଜଣେ ହିନ୍ଦୁ ନେତା ସମେତ ଇସ୍କନ ସହିତ ଜଡିତ ୧୬ ଜଣ ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦ଦିନ ପାଇଁ ଫ୍ରିଜ୍ କରାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ୧୬ ଜଣଙ୍କ ମଧ୍ଯରେ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ନାମ ମଧ୍ୟ ରହିଛି ଯିଏକି ଦେଶଦ୍ରୋହ ଅଭିଯୋଗରେ ଗିରଫ ହୋଇଥିଲେ।

ତେବେ ହିନ୍ଦୁ ନେତାଙ୍କ ସମର୍ଥକ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଓକିଲଙ୍କ ହତ୍ୟା ପରେ ଇସ୍କନକୁ ବ୍ୟାନ ପାଇଁ ହୋଇଥିବା ଆବେଦନ କାରଜ ପରେ ଏହି ଆଦେଶ ଆସିଛି।

ଖବର ଅନୁଯାୟୀ ବାଂଲାଦେଶ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍ (ବିଏଫ୍ଆଇୟୁ) ଗୁରୁବାର ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନକୁ ଏଥିରେ ସମ୍ପୃକ୍ତ ଥିବା ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏକ ମାସ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ପଠାଇଛି। ଯାହା ପରେ ସମ୍ପୃକ୍ତ ଲୋକଙ୍କ ଆକାଉଣ୍ଟ ସହିତ ଜଡିତ ସମସ୍ତ ପ୍ରକାର ନେଣଦେଣ ଏକ ମାସ ପାଇଁ ବନ୍ଦ କରିଦିଆଯାଇଛି।

ଆହୁରି ମଧ୍ଯ କେନ୍ଦ୍ରୀୟ ବାଂଲାଦେଶ ବ୍ୟାଙ୍କ ଅଧୀନରେ ଥିବା ଆର୍ଥିକ ଗୁପ୍ତଚର ସଂସ୍ଥା ପକ୍ଷରୁ ବାଂଲାଦେଶର ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଏହି ୧୭ଜଣଙ୍କର ମାଲିକାନାରେ ଥିବା ସମସ୍ତ କମ୍ପାନୀର ଆକାଉଣ୍ଟର କାରବାର ସୂଚନା ତିନି ଦିନ ମଧ୍ଯରେ ପଠାଇବାକୁ କହିଛି।

 

Comments are closed.