Latest Odisha News

BREAKING NEWS

ସାପ କାମୁଡିବା ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି…

ନୂଆଦିଲ୍ଲୀ: ଭାରତରେ ସାପକାମୁଡ଼ା ଓ ତତ୍‌ଜନିତ ମୃତ୍ୟୁକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନୀୟ ରୋଗ ଭାବରେ ଘୋଷଣା କରିଛି। ଏନେଇ ସବୁ ରାଜ୍ୟକୁ ଅପିଲ କରିଛନ୍ତି କେନ୍ଦ୍ର ସରକାର l ଦେଶରେ ବର୍ଷକୁ ୩ରୁ ୪ ନିୟୁତ ସାପ କାମୁଡ଼ା ଘଟୁଥିବାବେଳେ ସେଥିରୁ ପ୍ରାୟ ୫୦, ୦୦୦ ଜଣଙ୍କର ମୃତ୍ୟୁ ହେଉଛି l ଏନେଇ ସୂଚନା ମିଳିବ ପରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପୁଣ୍ୟସଲିଳା ଶ୍ରୀବାସ୍ତବ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ପଠାଇ ନିର୍ଦ୍ଦେଶ ଦେଇଛନ୍ତି ଯେ, ସାପ କାମୁଡ଼ିବା ଘଟଣା ଏବଂ ସେଥିରେ ମୃତ୍ୟୁ ବାରଣ କରୁଥିବା ମାମଲାର ରିପୋର୍ଟ ଦେବା ଅନିବାର୍ଯ୍ୟ ଅଟେ l ଏହି ମାମଲାରେ ଅନ୍ୟ ଲୋକଙ୍କ ଅପେକ୍ଷା କୃଷକ ଏବଂ ଆଦିବାସୀ ମାନେ ଅଧିକ ପୀଡିତ l ସାପ କାମୁଡ଼ାର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ ଏକ ବଡ ପଦକ୍ଷେପ ନେଇଛି। ମନ୍ତ୍ରଣାଳୟ ୨୦୩୦ ସୁଦ୍ଧା ଭାରତରେ ସାପ ବିଷକୁ ପ୍ରତିରୋଧ କରିବା ଏବଂ ନିୟନ୍ତ୍ରଣ ପାଇଁ ଏକ ଜାତୀୟ କାର୍ଯ୍ୟ ଯୋଜନା ମଧ୍ୟ ଆରମ୍ଭ ହୋଇଛି l ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ୨୦୩୦ ସୁଦ୍ଧା ସାପ କାମୁଡ଼ିବା କାରଣରୁ ମୃତ୍ୟୁ ସଂଖ୍ୟାକୁ ଅଧା କରିବା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ ପ୍ରତିବର୍ଷ ୫୪ ଲକ୍ଷ ସାପ କାମୁଡ଼ିବା ଘଟଣା ଘଟେ। କେବଳ ଏସିଆରେ ପ୍ରତିବର୍ଷ ୨୦ ଲକ୍ଷ ସାପ କାମୁଡ଼ିବା ଏବଂ ଏଠି ଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି l ଏଥି ସହିତ ସାରା ବିଶ୍ୱରୁ କେବଳ ବାଂଲାଦେଶ, ଭାରତ, ନେପାଳ, ପାକିସ୍ଥାନ ଏବଂ ଶ୍ରୀଲଙ୍କାରେ ସାପ କାମୁଡ଼ିବା କାରଣରୁ ୭୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ଘଟିଛି।

ତେବେ ସାପକାମୁଡ଼ାକୁ ଗୁରୁତ୍ୱ ଦେଇ ଏହା ଏକ ଉଲ୍ଲେଖନୀୟ ଜନସ୍ବାସ୍ଥ୍ୟ ସମସ୍ୟା ବୋଲି କହିଛନ୍ତି ଶ୍ରୀବାସ୍ତବ। ସାପକାମୁଡ଼ା ଯୋଗୁ ଲୋକଙ୍କ ମୃତ୍ୟୁ ଘଟିବା ସହ ଋଗ୍ଣ ଏବଂ ବିକଳାଙ୍ଗ କରିଦେଉଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସଚିବମାନଙ୍କୁ ପତ୍ର ଲେଖି ସାପକାମୁଡ଼ା ଓ ମୃତ୍ୟୁକୁ ରାଜ୍ୟ ଜନସ୍ବାସ୍ଥ୍ୟ ଆଇନ କିମ୍ବା ଅନ୍ୟାନ୍ୟ ଆଇନ ଅନୁଯାୟୀ, ସୂଚିତ ରୋଗ ବିବେଚନା କରିବାକୁ ଶ୍ରୀବାସ୍ତବ କହିଛନ୍ତି। ମେଡିକାଲ କଲେଜ ସମେତ ସମସ୍ତ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟସେବା କେନ୍ଦ୍ର ସମସ୍ତ ସନ୍ଦିଗ୍ଧ ସାପକାମୁଡ଼ା ମାମଲା ଓ ମୃତ୍ୟୁକୁ ରିପୋର୍ଟ କରିବା ଅନିବାର୍ଯ୍ୟ ବୋଲି ପତ୍ରରେ କୁହାଯାଇଛି।

 

Comments are closed.