Latest Odisha News

BREAKING NEWS

ବାଲେଶ୍ୱରରେ ହେବ ବ୍ୟାଙ୍କ ନୋଟ୍ କାଗଜ କଳ; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଏନପିଏମ ଅଧିକାରୀ

ବାଲେଶ୍ୱର: ଓଡ଼ିଶାରେ ହେବ ବ୍ୟାଙ୍କ ନୋଟ୍ କାଗଜ କଳ । ବ୍ୟାଙ୍କ ନୋଟ୍ ପେପର ମିଲ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏସ. ଥଲିକେରାପ୍ପା  ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ବାଲେଶ୍ୱରରେ ହେବାକୁ ଥିବା ଏହି ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଥଲିକେରାପ୍ପା ।

ବାଲେଶ୍ୱର ଠାରେ କମ୍ପାନୀ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ମୁଦ୍ରଣ ପ୍ରାଇଭେଟ ଲିମିଟେଡ ସହ ମିଶି ମିଳିତ ଉଦ୍ୟମରେ ସେଠାରେ ଏକ ପେପର ମିଲ୍ ପ୍ରତିଷ୍ଠା କରିବା ପାଇଁ ଯୋଜନା କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୨ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ବୁଧବାର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.