Latest Odisha News

BREAKING NEWS

କଟକ: ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ସିଡିଏ ସ୍ଥିତ ସେକ୍ଟର-୧୦ରେ ଥିବା ‘ବ୍ୟାଙ୍କ ଅଫ୍ ଇଣ୍ଡିଆ’ ଶାଖାରେ ଶନିବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ମିଳିଥିବା ସୂଚନାନୁଯାୟୀ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବାବେଳେ ଅନେକ ଦରକାରୀ କାଜଗପତ୍ର ଏବଂ କମ୍ପ୍ୟୁଟର ଗୁଡିକରେ ନିଆଁ ଲାଗି ପୋଡିଯାଇଛି ।

ଅନ୍ୟପକ୍ଷରେ ଏହି ଶାଖା ଅଫିସ ବନ୍ଦ ଥିବାବେଳେ ଉକ୍ତ ବିଲଡିଂରୁ ଧୂଆଁ ବାହାରୁଥିବା ନେଇ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ଏନେଇ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଲିଭା କାର୍ଯ୍ୟରେ ଲାଗିପଡିଛି । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି, ସେନେଇ ସ୍ପଷ୍ଟ ହୋଇନଥିବା ନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗର କର୍ତ୍ତୃପକ୍ଷ ।

Leave A Reply

Your email address will not be published.