Latest Odisha News

BREAKING NEWS

ଦୁଇ ଭଉଣୀଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ପୁରନ୍ଦରପୁର ଗାଁରେ ଦୁଇ ଶିଶୁ କନ୍ୟାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଟଙ୍କଧର ମହାରଣାଙ୍କର ଦୁଇ ନାବାଳିକା ଝିଅଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକ ଦ୍ବୟ ହେଲେ ଇତିଶ୍ରୀ ମହାରଣା (୪) ଏବଂ ଲିପି ମହାରଣା (୨)। ୨ ଶିଶୁଙ୍କ ଅକାଳ ମୃତ୍ୟୁ ପରେ ପରିବାରରେ ଓ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଖବର ମୁତାବକ, ଉଭୟ ଭଉଣୀଙ୍କର ହଠାତ୍ ପ୍ରଥମେ ବାନ୍ତି ଓ ପରେ ଝାଡା ହୋଇଥିଲା । ସେମାନଙ୍କ ମଧ୍ୟରୁ ଘରେ ଜଣେଙ୍କର ମୃତ୍ୟୁ ହୋଇଥିବାବେଳେ, ମେଡିକାଲ ନେବା ବାଟରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ କୌଣସି ପ୍ରକାର ଅଖାଦ୍ୟ ଖାଇ ଅଥବା କୌଣସି ବିଶାକ୍ତ ଜୀବ କାମୁଡିଦେବା କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବାବେଳେ, ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ ।

ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ବାସ୍ଥ୍ୟ ବିଭାଗର ଏକ ପ୍ରତିନିଧି ଦଳ ପୁରନ୍ଦରପୁର ଗାଁ କୁ ଯାଇ ଶିଶୁ ମୃତ୍ୟୁର କାରଣ ଅନୁଧ୍ୟାନ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।

Leave A Reply

Your email address will not be published.