ବାଙ୍କୀ:ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଗୋଟେ ପରେ ଗୋଟେ କଲେଜର ବିଶୃଙ୍ଖଳାର ଖବର ସାମ୍ନାକୁ ଆସୁଛି । ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାଙ୍କୀ କଲେଜର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । ଏଥିସହ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସାଇନ୍ ଡାଏ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି କଲେଜ ପରିସରରେ ଚର୍ଚ୍ଚାର ବିଷୟ ପାଲଟିଛି ।
କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉପୁଜିଥିବା ପରିସ୍ଥିତି ଏବଂ ସୁରକ୍ଷା ସମ୍ବନ୍ଧୀୟ ଆଶଙ୍କାକୁ ବିଚାରକୁ ନେଇ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ନିର୍ବାଚନ ସମୟରେ ଯେପରି କୌଣସି ଅପ୍ରୀତିକର ଘଟଣା ନଘଟେ ଏବଂ ଛାତ୍ରଛାତ୍ରୀଙ୍କ ସହ କଲେଜର ଅଧ୍ୟାପକ, କର୍ମଚାରୀଙ୍କ ସୁରକ୍ଷା ବଜାୟ ରହେ , ଏହାକୁ ନଜରରେ ରଖି ନିର୍ବାଚନ ବାତିଲ କରାଯାଇଛି ।

