Latest Odisha News

BREAKING NEWS

ରାମ ଲାଲାଙ୍କ ‘ପ୍ରାଣ ପ୍ରତିଷ୍ଠା’ରେ କୋର୍ଟ ଛୁଟି ରଖିବାକୁ ପ୍ରଧାନ ବିଚାରପତିଙ୍କୁ ବାର କାଉନସିଲ ଅଫ୍ ଇଣ୍ଡିଆର ନିବେଦନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଜାନୁଆରି ୨୨ ତାରିଖରେ ହେବାକୁ ଯାଉଛି। ସାରା ଭାରତରେ ଏହି ଦିନ ଅଦାଲତ ଛୁଟି ରଖିବାକୁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖି ନିବେଦନ କରିଛି।

ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ବାର୍ କାଉନସିଲ୍ ଅଧ୍ୟକ୍ଷ ମନନ କୁମାର ମିଶ୍ର ଲେଖିଛନ୍ତି, ଏହି ଛୁଟିରେ ଆଇନଜୀବୀ ଓ ଅଦାଲତ କର୍ମଚାରୀମାନେ ଅଯୋଧ୍ୟାରେ ଉଦଘାଟନୀ ସମାରୋହ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ କିମ୍ବା ଦେଖିପାରିବେ। ତେଣୁ ଛୁଟି ପ୍ରଦାନ କରାଯାଉ।

ଜରୁରୀ ଶୁଣାଣି ଆବଶ୍ୟକ କରୁଥିବା ମାମଲାଗୁଡ଼ିକୁ ସ୍ୱତନ୍ତ୍ର ବ୍ୟବସ୍ଥା ଦ୍ୱାରା ଆୟୋଜନ କରାଯାଇପାରିବ କିମ୍ବା ପରବର୍ତ୍ତୀ କାର୍ଯ୍ୟ ଦିବସ ପାଇଁ ପୁନଃନିର୍ଦ୍ଧାରଣ କରାଯାଇପାରିବ ବୋଲି ବାର କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ବାରା ଲେଖା ଯାଇଥିବା ଚିଠିରେ ପରାମର୍ଶ ଦିଆଯାଇଛି।

ମୁଁ ପ୍ରାର୍ଥନା କରୁଛି ଯେ ଆପଣମାନେ ଏହି ଅନୁରୋଧକୁ ଅତ୍ୟନ୍ତ ସହାନୁଭୂତିର ସହ ବିଚାର କରନ୍ତୁ ଏବଂ ଏହି ଐତିହାସିକ ଅବସରକୁ ଲୋକଙ୍କ ଭାବନା ସହିତ ସମାନ ଢଙ୍ଗରେ ପାଳନ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆଇନଜୀବୀ ମନନ ମିଶ୍ର କହିଛନ୍ତି।

ଆଉ ମାତ୍ର ତିନି ଦିନ ବାକି ଥିବା ବେଳେ ଅଯୋଧ୍ୟାରେ ‘ପ୍ରାଣ ପ୍ରତିଷ୍ଠା’ ସମାରୋହ ପାଇଁ ଶେଷ ମୁହୂର୍ତ୍ତରେ ପ୍ରସ୍ତୁତି ଚାଲିଛି। ଏହି ବହୁଚର୍ଚ୍ଚିତ ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତରୁ ରାଜନେତା, ସାଧୁ ସନ୍ଥ ଏବଂ ସେଲିବ୍ରିଟିଙ୍କ ସମେତ ୭,୦ରୁ ଅଧିକ ଅତିଥି ଯୋଗ ଦେବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.