ସମ୍ବଲପୁର: ଆଗାମୀ ଫେବୃଆରୀ ୯ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଏଥିପାଇଁ କ୍ରିକେଟପ୍ରେମୀମାନେ ବେଶ୍ ଉତ୍ସାହିତ ଅଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଏହି ମ୍ୟାଚର ପ୍ରଥମ ଟିକେଟ କିଣିଥିବାର ଦେଖିବାକୁ ମିଳିଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟିକେଟ କିଣିଛନ୍ତି ।
ଗୁରୁବାର ସମ୍ବଲପୁରରେ ଓଡ଼ିଶା କ୍ରିକେଟ ଆସୋସିଏସନର ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟିଛନ୍ତି । କ୍ରିକେଟ ମ୍ୟାଚର ଆୟୋଜନ ଓ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ମନ୍ତ୍ରୀ । ଏଥିସହ ଟିକେଟ୍ କିଣିଥିବାର ଫଟୋ ଧର୍ମେନ୍ଦ୍ର ପ୍ରଧାନ ନିଜର ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।
Comments are closed.