Latest Odisha News

ନକ୍ସଲଙ୍କ ବଡ ଯୋଜନା ପଣ୍ଡ କଲେ ସୁରକ୍ଷାବାହିନୀ

ବିଜାପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ବଡ ଯୋଜନା ପଣ୍ଡ କଲେ ସୁରକ୍ଷାବାହିନୀ । ଯବାନଙ୍କ ପାଇଁ ଖଞ୍ଜାଯାଇଥିବା ପ୍ରାୟ ୫୦ କିଲୋଗ୍ରାମର ଆଇଡି ଜବତ ହୋଇଛି । ଏନେଇ ଗୁରୁବାର ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ପୋଲିସ ଅଧିକାରୀ କହିଛନ୍ତି ଯେ, ଆଜି କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ)ର ବୋମା ନିଷ୍କ୍ରିୟକାରୀ ଦଳ ବାସାଗୁଡ଼ା-ଆବାପଲ୍ଲୀ ରାସ୍ତାରେ ପାଟ୍ରୋଲିଂ ପାଇଁ ଯାଇଥିଲେ । ଏହି ସମୟରେ ବିଜାପୁର ଜିଲ୍ଲାର ବାସାଗୁଡ଼ା-ଆବାପଲ୍ଲୀ ରାସ୍ତାରେ ସେତୁ ତଳେ ଖଞ୍ଜା ଯାଇଥିବା ଆଇଡିକୁ ଦେଖିଥିଲେ । ପରେ ଏହାକୁ ଜବତ କରି ଏହାକୁ ନଷ୍ଟ କରାଯାଇଥିଲା । ଏହି ଆଇଡି ପ୍ରାୟ ୫୦ କିଲୋଗ୍ରାମରେ ହେବ ।

ଅଧିକାରୀ କହିଛନ୍ତି ଯେ, ବଡ଼ ଗାଡିକୁ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀମାନେ ସେତୁ ତଳେ ‘ରିମୋଟ-କଣ୍ଟ୍ରୋଲ’ ଆଇଡି ଲଗାଇଥିଲେ । କିନ୍ତୁ ସୁରକ୍ଷା ବାହିନୀର ସତର୍କତା ଯୋଗୁଁ ମାଓବାଦୀଙ୍କ ଯୋଜନା ପଣ୍ଡ ହୋଇଗଲା । ଲ୍ୟାଣ୍ଡମାଇନ୍ ନଷ୍ଟ କରିବା ସମୟରେ ରାସ୍ତାରେ ଏକ ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିଲା ଯାହାକୁ ପୂରଣ କରାଯାଇଛି ଏବଂ ପୁନଃ ଯାତାୟାତ କରାଯାଉଛି ।

Comments are closed.