ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ମନୋଜ ତିୱାରୀ ଏବେ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ସେ ଟିମ ଇଣ୍ଡିଆର କୋଚ ଗୌତମ ଗମ୍ଭୀରଙ୍କୁ ନେଇ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଗମ୍ଭୀର ପଡିଆରେ ଖେଳୁଥିବା ଅବସ୍ଥାରେ ଅତ୍ୟନ୍ତ ଖରାପ ଭାଷାର ପ୍ରୟୋଗ କରିଥିଲେ । ମୁଁ ରାଗି ଯାଇଥିଲି । ୨୪ ଅକ୍ଟୋବର ୨୦୧୫ରେ ରଣଜୀ ମ୍ୟାଚ ଅବସରରେ ମୁଁ ବ୍ୟାଟିଂ କରିବା ପାଇଁ ପ୍ରସ୍ତୁତ ହେଉଥାଏ । ଗମ୍ଭୀର ସ୍ଳିପ ପୋଜିଶନରେ ଫିଲ୍ଡିଂ କରୁଥିଲେ । ହଠାତ ସେ ଗାଳି ଦେବା ଆରମ୍ଭ କରିଥିଲେ । ଗାଳିଦେବା ସହ ସେ କହୁଥିଲେ, ସନ୍ଧ୍ୟାରେ ମୋତେ ଭେଟ ତୋତେ ଭଲ କରି ଉତମ ମଧ୍ୟମ ଦେବି ।
ମୁଁ କହିଲି ସନ୍ଧ୍ୟା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରିବ ଏବେ ଆସୁନ.. । ମନୋଜ ଆହୁରି ମଧ୍ୟ କହିଥିଲେ ଗମ୍ଭୀର ପିଆର ରଣନୀତି ମାଧ୍ୟମରେ ଆଗକୁ ବଢ଼ିବାକୁ ଚାହୁଁଥିଲେ । ତାଙ୍କ ସ୍ଥାନ ଯେପରି ଟିମରେ ନ ହଟୁ ସେଥିପାଇଁ ସେ ଏ ଭଳି ବ୍ୟବହାର ପ୍ରଦର୍ଶନ କରୁଥିଲେ । ପୂର୍ବରୁ ମଧ୍ୟ ମନୋଜ ଭାରତୀୟ କୋଚଙ୍କୁ କଡା ସମାଲୋଚନା କରିଥିଲେ । ସେ ଜଣେ ସ୍ୱାର୍ଥପର ଓ ଅହଙ୍କାରୀ ଖେଳାଳି ବୋଲି ସେ କହିଥିଲେ ।
Comments are closed.