Latest Odisha News

BREAKING NEWS

ଉଦଯାପିତ ହେଲା ଧଉଳି କଳା ମହୋତ୍ସବ

ଭୁବନେଶ୍ୱର: ଶାନ୍ତିସ୍ତୁପ ଧଉଳିଠାରେ ଚାଲିଥିବା ଆନ୍ତର୍ଜାତୀୟ ଧଉଳି କଳା ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଚଳଚ୍ଚିତ୍ର ନିର୍ମାତା ସୁବାସ ରଥ ଓ କମଳିନୀ ରଥ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଚିତ୍ରଶିଳ୍ପୀମାନଙ୍କର କଳାକୃତିର ପ୍ରଶଂସା କରିବା ସହ ରଙ୍ଗର ଏହି କାର୍ଯ୍ୟକ୍ରମ ମଣିଷର ବେଦନାକୁ ପ୍ରଶମିତ କରେ ବୋଲି କହିଥିଲେ ।

ଶିବିରର ଶ୍ରେଷ୍ଠ କଳାକୃତି ଏବଂ ଜୀବନବ୍ୟାପୀ କଳା ସାଧନା ପାଇଁ ବାଲାଂଦେଶର ପ୍ରସିଦ୍ଧ ଚିତ୍ରଶିଳ୍ପୀ ନିଖିଳ ଚନ୍ଦ୍ର ଦାସଙ୍କୁ ବିଶ୍ୱକଳା ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହାପରେ କୋରିଆରୁ କିମ୍ ୟାଙ୍ଗ ସୁଙ୍ଗ, ଦେବେନ୍ଦ୍ରମହାରଣା, ପ୍ରିୟଦର୍ଶିନୀ ମହାନ୍ତି ଓ ବରିଷ୍ଠ ଶିଳ୍ପୀ ଟୁନେନ୍ଦ୍ର ପଟ୍ଟନାୟକଙ୍କୁ ଭୁବନେଶ୍ୱର କଳା ସମ୍ମାନ ସହ ଓହିଦୁଲ ଇସ୍‌ଲାମ, ମୃତ୍ୟୁଞ୍ଜୟ ବାରିକ, ମନୋଜ କୁମାର ସାହୁ, ଚିନ୍ମୟୀ ରଥ, ବିଜୟ କୁମାର ପରିଡ଼ା, କୃପାସିନ୍ଧୁ ବାରିକ ପ୍ରମୁଖଙ୍କୁ ଶ୍ରେଷ୍ଠ କୃତି ପାଇଁ ପୁରସ୍କୃତ କରାଯାଇଥିଲା ।

ଏହି ଅବସରରେ ମହାବିଦ୍ୟାଳୟର ସମ୍ପାଦକ ଶିଳ୍ପୀମାନଙ୍କ କାର୍ଯ୍ୟର ପ୍ରଶଂସା କରିବା ସହ ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉତ୍ସବ ଅବସରରେ ବଲିଉଡ଼ର ପ୍ଲେବ୍ୟାକ ସ୍ୱର ସଂଯୋଜକ ଅବିଶେକ ଆନନ୍ଦଙ୍କ ସୁନ୍ଦର ପରିଚାଳନା ଦର୍ଶକଙ୍କୁ ଅବିହିତ କରିଥିଲା ।

ଚିତ୍ରଶିଳ୍ପୀ ଗୌରାଙ୍ଗ ବାରିକୀ, ସୁରଞ୍ଜିତ ଗିରି, ସରଫୁଦ୍ଦିନ ଅହମ୍ମଦ, ରଖି ସରକାର, କୋରିଆର କିମ୍ ହମ୍ଭଂଙ୍ଗ ହୋ, ପାର୍କ ୟାଙ୍ଗ ସୁଙ୍ଗ, ରିମ୍ ୟାଙ୍ଗଟେକ୍‌, ଅଷ୍ଟ୍ରେଲିଆରୁ ଆନୱାର ଆକାଶ, ନେପାଳରୁ ନର ବାହାଦୁର, ଭିମ୍ ସିଂ ଶର୍ମା, ବାଲାଂଦେଶରୁ ରସେହୁଲ ଇସଲାମ, ପୁର୍ଣ୍ଣିଆ ମ୍ରିତ୍ତିକା, ସିପ୍ରା ବିଶ୍ୱାସ ଏବଂ ଥାଇଲାଣ୍ଡ, ଆମେରିକା ଓ ଇଣ୍ଡୋନେସିଆରୁ ଶିଳ୍ପୀମାନେ ନିଜ ନିଜ ଦେଶ ବନ୍ଦନା ଗାନ କରିବା ସହ ନିଜ ଚିତ୍ରକଳା ସମ୍ପର୍କରେ ତଥ୍ୟ ପରିପ୍ରକାଶ କରିଥିଲେ ।

Leave A Reply

Your email address will not be published.