Latest Odisha News

BREAKING NEWS

ବରଗଡ଼ରେ ମାଡୁଛି ମହାମାରୀ, ପାଞ୍ଚ ଦିନରେ ଏତେ !

ବରଗଡ଼: ପଶ୍ଚିମ ଓଡ଼ିଶାରେ କରୋନାର ରେଡହଟ୍ ଜିଲ୍ଲା ପାଲଟିଲାଣି ବରଗଡ଼ । ଜିଲ୍ଲାରୁ ପ୍ରତିଦିନ ଗଣ୍ଡା ଗଣ୍ଡା ସଂକ୍ରମିତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ୩୯୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଯାହାକି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଏହାକୁ ମିଶାଇ ବରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୪୨୩ରେ ପହଞ୍ଚିଛି ।

ଆକ୍ଟିଭ୍ କେସରେ ଗଞ୍ଜାମଠାରୁ ବି ଆଗରେ ବରଗଡ଼ । ରାଜ୍ୟର ଆକ୍ଟିଭ କେସ ତାଲିକାରେ ଚାରି ନମ୍ୱର ସ୍ଥାନରେ ରହିଛି । ବର୍ତ୍ତମାନ ଜିଲ୍ଲାରେ ୧୮ ଶହ ୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଗଞ୍ଜାମରେ ରହିଛି ୯୧୮ଟି ସକ୍ରିୟ ମାମଲା ।

ଅଗଷ୍ଟ ପରେ ସେପ୍ଟେମ୍ୱରରେ ବରଗଡ଼ ଜିଲ୍ଲାରେ କରୋନା ଗ୍ରାଫ ଉପରମୁହାଁ ହୋଇଛି । ଗତ ୧ ତାରିଖରୁ ଆଜି ଭିତରେ ଜିଲ୍ଲାରୁ ବାହାରିଛନ୍ତି କେବଳ ୧୨ ଶହ ୧୩୪ ପଜିଟିଭ୍ । ଅର୍ଥାତ ମୋଟ୍ ଆକ୍ରାନ୍ତଙ୍କ ୩୫ ପ୍ରତିଶତ କେବଳ ପାଞ୍ଚ ଦିନରେ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାରେ ଆରୋଗ୍ୟ ଲାଭ କଲେଣି ୧୬ ଶହ ୬ ଆକ୍ରାନ୍ତ । ୯ ଜଣଙ୍କର ଜୀବନ ନେଇଛି ମହାମାରୀ ।

Leave A Reply

Your email address will not be published.