Latest Odisha News

BREAKING NEWS

ବିଧାୟକଙ୍କ କରୋନା ଟେଷ୍ଟ ନେଇ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ୱର ୩୦ ପୂର୍ବରୁ ବସିବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ତାପୂର୍ବରୁ ଜଣଙ୍କ ପରେ ଜଣେ ମନ୍ତ୍ରୀ ଓ ବିଧାୟକ କରୋନା ସଂକ୍ରମିତ ହେଉଛନ୍ତି । ଅଧିବେଶନ ଆଗରୁ ବିଧାୟକଙ୍କ କୋଭିଡ୍ ଟେଷ୍ଟ ହେବ କି ନାହିଁ, ସେନେଇ ଆସନ୍ତାକାଲି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।

ଆସନ୍ତାକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଯୋଗ ଦେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସ୍ୱାସ୍ଥ୍ୟ ସଚିବ ଓ ବିଏମସି କମିଶନର ପ୍ରମୁଖ ।

ବୈଠକରେ ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ କୋଭିଡ୍ ଟେଷ୍ଟ ନେଇ ଆଲୋଚନା କରାଯିବ । କେମିତି ଓ କେଉଁଠି ନମୁନା ପରୀକ୍ଷା କରାଯିବ ? କେତେ ଘଣ୍ଟା ଆଗରୁ କୋଭିଡ ଟେଷ୍ଟ କରାଯିବ ସେନେଇ ବିସ୍ତୃତ ଭାବରେ ଆଲୋଚନା ହେବ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ୨୦ ଜଣ ବିଧାୟକ କରୋନା ସଂକ୍ରମିତ ହେଲେଣି । ସେପଟେ ୭୨ ଘଣ୍ଟା ପୂର୍ବରୁ ସଂସଦର ମୌସୁମୀ ଅଧିବେଶନର ଯୋଗ ଦେବାକୁ ଥିବା ସବୁ ସାଂସଦଙ୍କ କୋଭିଡ୍ ଟେଷ୍ଟ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏଭଳି ପରିସ୍ଥିତିରେ ବିଧାୟକଙ୍କର କୋଭିଡ ଟେଷ୍ଟ ନେଇ ବିଚାରବିମର୍ଶ ଚାଲିଛି ।

Leave A Reply

Your email address will not be published.