Latest Odisha News

BREAKING NEWS

ନେପାଳ ବିଭୀଷିକାରେ ନିଖୋଜ ଥିବା ଓଡ଼ିଆ ଯୁବତୀ ସୁରକ୍ଷିତ

ଭୁବନେଶ୍ୱର: ନେପାଳର ରାସୁୱା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି ବନ୍ୟା। ଏପର୍ଯ୍ୟନ୍ତ ପ୍ରଳୟଙ୍କାରୀ ବନ୍ୟାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ୧୫ଟି ହେଲିକାଫ୍ଟର ସାହାଯ୍ୟରେ ନେପାଳ ସେନା ଦ୍ୱାରା ରିଲିଫ କାର୍ଯ୍ୟ ଜାରି ରହିଛି। ସେହିପରି ୨୫୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନେପାଳରେ ଘଟିଥିବା ବିଭୀଷିକାରେ ନିଖୋଜ ଥିଲେ ମୟୂରଭଞ୍ଜ ଜିଲ୍ଲାର ୨୦ ବର୍ଷୀ ଯୁବତୀ କୁସୁମ ନିଗାର। ବର୍ତ୍ତମାନ ଖବର ଆସିଛି ଯେ ସେ ସୁରକ୍ଷିତ ଅଛନ୍ତି।

ଗତ କିଛି ଦିନ ହେଲା ନେପାଳରେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। କୁସୁମ ନିଗାର ହିମାଳୟ ଦେଶରେ ସୁରକ୍ଷିତ ଥିବା ରିପୋର୍ଟ କରାଯାଇଛି। ଏହି ଖବର ତାଙ୍କ ପରିବାରକୁ ଆଶ୍ୱସ୍ତି କରିଛି। ସୂଚନା ଅନୁଯାୟୀ, କୁସୁମ ନିଜେ ତାଙ୍କ ପରିବାରକୁ ଫୋନ୍ କରି ସେ ସୁରକ୍ଷିତ ଥିବା ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ତାଙ୍କ ଟ୍ରେକିଂ ଗୋଷ୍ଠୀର ଅନ୍ୟ ସଦସ୍ୟମାନଙ୍କ ସହିତ ସେ ସୁରକ୍ଷିତ ଅଛନ୍ତି ଏବଂ ବର୍ତ୍ତମାନ ପଶ୍ଚିମ ନେପାଳର ବାଗଲୁଙ୍ଗ ଅଞ୍ଚଳରେ ଅଛନ୍ତି।

ଅଞ୍ଚଳରେ ମୋବାଇଲ୍ ନେଟୱାର୍କ ସଙ୍କଟ ଯୋଗୁଁ ଗତ ଦୁଇ-ତିନି ଦିନ ଧରି କୁସୁମଙ୍କ ପତ୍ତା ମିଳୁନଥିଲା। ଯାହାକୁ ନେଇ ପରିବାର ଲୋକେ ଚିନ୍ତିତ ଥିଲେ ଏବଂ ତାଙ୍କର ପତ୍ତାମୁଳୁଥିବା ରିପୋର୍ଟ ମଧ୍ୟ କରିଥିଲେ। ନେପାଳରେ ନେଟୱର୍କ କାମ କରୁନଥିବାରୁ କୁସୁମଙ୍କ ସହ ଯୋଗାଯୋଗ ପ୍ରୟାସକୁ ମଧ୍ୟ ବାଧା ସୃଷ୍ଟି କରିଥିଲା।

 

Comments are closed.