Latest Odisha News

BREAKING NEWS

ଭାରତୀୟ ରେଳବାଇ ପକ୍ଷରୁ ଓଡିଶା ସରକାରଙ୍କ ପାଇଁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତାକାଲି (୧୩ ଡିସେମ୍ବର) ଦିନ ବାଲେଶ୍ୱର ଓ ହରିଦ୍ୱାର ମଧ୍ୟରେ ଏକ ବରିଷ୍ଠ ନାଗରିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଅଛି I

ଓଡିଶା ସରକାରଙ୍କ ସହାୟତାରେ ଉତ୍ତର ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ ତୀର୍ଥ ଭ୍ରମଣ ପାଇଁ ସହାୟକ ହେବ I

୦୮୪୧୫/୦୮୪୧୬ ଭୁବନେଶ୍ୱର-ହରିଦ୍ୱାର-ଭୁବନେଶ୍ୱର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ସ୍ୱତନ୍ତ୍ର ଟ୍ରେନ ବାଲେଶ୍ୱର ଠାରୁ ଆସନ୍ତାକାଲି ପୂର୍ବାହ୍ନ ୧୧ଘ.୪୫ମି.ରେ ଛାଡି ହରିଦ୍ୱାର ଠାରେ ତା ପରଦିନ ରାତ୍ର ୧୦ଘ.୧୫ମି.ରେ ପହଞ୍ଚିବ I ଫେରିବା ବାଟରେ ଏହି ଟ୍ରେନ ହରିଦ୍ୱାର ଠାରୁ ଡିସେମ୍ବର ୧୬ ତାରିଖ ଦିନ ରାତ୍ର ୧୦ ଘଟିକାରେ ଛାଡି ବାଲେଶ୍ୱର ଠାରେ ଡିସେମ୍ବର ୧୮ ତାରିଖ ପୂର୍ବାହ୍ନ ୧୦ ଘ.୧୫ମି.ରେ ପହଞ୍ଚିବ I

ଏହି ତୀର୍ଥ ସ୍ୱତନ୍ତ୍ର ଟ୍ରେନ ହିଜୀଲୀ-ଆଦ୍ରI-ଗୋମୋ-ପଣ୍ଡିତ ଦିନଦୟାଲ ଉପାଧ୍ୟାୟ-ବାରଣାସୀ-ଲକ୍ଷ୍ନୋ ଓ ମୋରାଦIବାଦ ମାର୍ଗରେ ଚଳାଚଳ କରିବାକୁ ଥିବାବେଳେ ଏଥିରେ ୧୫ଟି ସ୍ଲିପର କ୍ଲାସ, ୨ଟି ଗାର୍ଡ ଭ୍ୟାନ ଓ ଗୋଟିଏ ପ୍ୟାଣ୍ଟ୍ରି କାର ଉପଲବ୍ଧ ଅଛି I

ଓଡିଶା ରାଜ୍ୟ ସରକାରଙ୍କ ପାଇଁ ଭାରତୀୟ ରେଳବାଇ କ୍ୟାଟେରିଙ୍ଗ ଓ ଟୁରିଜିମ କର୍ପୋରେସନ (ଆଈଆରସିଟିସି) ଚଳାଚଳ କରାଯାଉଥିବାବେଳେ ପୂର୍ବତଟ ରେଳପଥ ପକ୍ଷରୁ ଏଥିପାଇଁ ଆଧାରଭୁକ୍ତ ସୁବିଧା ପ୍ରଦାନ କରାଯାଉଅଛି I

ଏହି ସମୟରେ ତୀର୍ଥଯାତ୍ରୀ ମାନେ ବିଭିନ୍ନ ତୀର୍ଥସ୍ଥାନ ଯଥା ହରିଦ୍ୱାର, ମନସାଦେବୀ ମନ୍ଦିର, ହର-କି-ପୌରୀ ସହିତ ହୃଷିକେଶର ରାମଝୁଲା ଓ ଲକ୍ଷ୍ମଣଝୁଲା ଇତ୍ୟାଦି ପରିଦର୍ଶନ କରିବେ I

ଭାରତୀୟ ରେଳ ବିଭାଗର ଓ୍ବେବସାଇଟରୁ ଯାତ୍ରୀମାନେ ଅଧିକ ତଥ୍ୟ ହାସଲ କରିପାରିବେ।

Leave A Reply

Your email address will not be published.