Latest Odisha News

BREAKING NEWS

ସୋଆର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଆର୍.କେ. ଚୌହାନ

ଭୁବନେଶ୍ୱର, ୧୨/୧୨ : ବିଶିଷ୍ଟ ଶିକ୍ଷାବିତ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ) ପରିଚାଳନା ବୋର୍ଡର ସଦସ୍ୟ ପ୍ରଫେସର ଆର୍.କେ. ଚୌହାନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ୟୁନିଭର୍ସିଟି ଗ୍ରାଂଟ କମିଶନ (ୟୁଜିସି)ର ପୂର୍ବତନ ସଚିବ ତଥା ତିନୋଟି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିଥିବା ପ୍ରଫେସର ଚୌହାନ ସୋଆର କୁଳପତି ପ୍ରଫେସର ଅମିତ ବାନାର୍ଜୀ ଅବସର ନେବା ପରେ ତାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସେ ପୂର୍ବରୁ ହିସାରର ଗୁରୁ ଜମ୍ଭେଶ୍ୱର ବିଶ୍ୱବିଦ୍ୟାଳୟ, ଗ୍ଲୋବାଲ୍ ଓପନ୍ ବିଶ୍ୱବିଦ୍ୟାଳୟ, ନାଗାଲ୍ୟାଣ୍ଡ ଏବଂ ଫରିଦାବାଦର ଲିଙ୍ଗାୟା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ତୁଲାଇଛନ୍ତି । ସେ ଫରିଦାବାଦ ସ୍ଥିତ ଲିଙ୍ଗାୟା ବିଦ୍ୟାପୀଠର ପ୍ରୋ-ଚାନ୍ସେଲର ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।

ମ୍ୟାନେଜମେଂଟ ବିଶେଷଜ୍ଞ ପ୍ରଫେସର ଚୌହାନ ନିକଟରେ ଇଣ୍ଡିଆନ୍ କାଉନ୍ସିଲ୍ ଫର ସୋସିଆଲ୍ ସାଇନ୍ସ ରିସର୍ଚ୍ଚ ଦ୍ୱାରା ପ୍ରାୟୋଜିତ “ଫାକଲ୍ଟି ରିଟେନ୍ସନ୍ ଆଣ୍ଡ ଫାକଲ୍ଟି ଆପ୍ରାଇଜଲ୍” ଶୀର୍ଷକ ଏକ ଗବେଷଣା ପ୍ରୋଜେକ୍ଟ ଶେଷ କରିଛନ୍ତି ।

ସେ ଏଜୁକେସନାଲ୍ ମ୍ୟାନେଜମେଂଟ, ପାଇନାନ୍ସିଙ୍ଗ୍ ଅଫ୍ ହାୟର ଏଜୁକେସନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ମ୍ୟାନେଜମେଂଟ ପ୍ରଭୃତି ବିଷୟ ଉପରେ କାର୍ଯ୍ୟ କରିଛନ୍ତି । ପାଂଚ ଜଣ ରିସର୍ଚ୍ଚ ସ୍କଲାର ପ୍ରଫେସର ଚୌହାନଙ୍କ ତତ୍ୱାବଧାନରେ ମଧ୍ୟ ପିଏଚ୍ଡି ହାସଲ କରିଛନ୍ତି ।

ସେ ମଧ୍ୟ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ପ୍ରତିନିଧି ମଣ୍ଡଳର ସଦସ୍ୟ ରହିଛନ୍ତି । ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ପାଇଁ ଭାରତର ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗସ୍ତ କରିଥିବା ପ୍ରତିନିଧି ମଣ୍ଡଳୀରେ ପ୍ରଫେସର ଚୌହାନ ମଧ୍ୟ ସାମିଲ୍ ଥିଲେ ।

Leave A Reply

Your email address will not be published.