Latest Odisha News

BREAKING NEWS

ରଣଜୀ ଟ୍ରଫି: ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ, ବ୍ୟାକଫୁଟରେ ଓଡିଶା

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ବିପକ୍ଷରେ ବରୋନା ଭଲ ସ୍ଥିତିରେ ରହିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୪୫୭ ରନ ଜବାବରେ ବରୋଦା ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ୫ ୱିକେଟ ହରାଇ ୪୧୬ ରନ ସଂଗ୍ରହ କରି ନେଇଛି । ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ ପାଇଁ ବରୋଦାକୁ ଆଉ ୪୧ ରନ ଆବଶ୍ୟକ ହେଉଛି । ୧୧୭ ରନରେ ୪ଟି ୱିକେଟ ହରାଇ ଭ୍ରମଣକାରୀ ଦଳ ବିପଦରେ ପଡିଥିଲେ ମଧ୍ୟ ଏହାର ଫାଇଦା ଓଡିଶା ବୋଲର ଉଠାଇ ପାରି ନ ଥିଲେ । ଶାସ୍ୱତ ରାୱତ(୧୩୫) ଓ ପ୍ରିୟଂଶ ମୋଲିୟା (୧୧୩ ନଟଆଉଟ) ଶତକ ବଳରେ ଦଳ ସୁବିଧାଜନକ ସ୍ଥିତିରେ ପଂହଚିଥିଲା । ସେମାନେ ୫ମ ୱିକେଟରେ ୨୨୪ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ ।

ଓଡିଶା ପକ୍ଷରୁ ବସନ୍ତ ମହାନ୍ତି ସର୍ବାଧିକ ୨ଟି ଏବଂ ସୂର୍ଯ୍ୟକୁମାର ପ୍ରଧାନ, ଶୁଭମ ନାୟକ ଓ ଅଭିଷେକ ରାଉତ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ପ୍ରଥମ ଇନିଂସରେ ଓଡିଶା ପକ୍ଷରୁ ଶାନ୍ତନୁ ମିଶ୍ର(୬୧), ଶୁଭ୍ରାଂଶୁ ସେନାପତି (୫୨), ଅଭିଷକ ରାଉତ(୭୦), ଶୁଭମ ନାୟକ (୮୨) ଓ ଦେବବ୍ରତ ପ୍ରଧାନ(୮୯) ଅର୍ଦ୍ଧଶତକ ହାସଲ କରିଥିଲେ ।

Leave A Reply

Your email address will not be published.