Latest Odisha News

ଆସନ୍ତାକାଲି ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ଆସନ୍ତାକାଲି ନୀତିଶ କୁମାରଙ୍କ ମନ୍ତ୍ରୀମଣ୍ଡଳରେ ୩୧ ଜଣ ମନ୍ତ୍ରୀ ଶପଥ ନେବେ। ନୀତିଶଙ୍କ ମନ୍ତ୍ରୀମଣ୍ଡଳରେ  କଂଗ୍ରେସରୁ ୨, ଆରଜେଡି ରୁ ୧୬, ଜେଡିୟୁ ୧୧, ହମର ଜଣେ ଓ ଆଉ ଜଣେ ସ୍ୱାଧୀନ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି । ଆସନ୍ତାକାଲି ରାଜଭବନରେ ଦିନ ୧୧ ଟା  ୩୦ ମିନିଟରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ।  ଆରଜେଡିର ୭୯ ଜଣ ବିଧାୟକ ଥିବାରୁ 16ଟି ମନ୍ତ୍ରୀ ପଦ ପାଇବ ଆରଜେଡି ।

ଅନ୍ୟପଟେ କଂଗ୍ରେସର  ବିହାର ପ୍ରଭାରୀ ଥିବା ଭକ୍ତଚରଣ ଦାସ କଂଗ୍ରେସକୁ ଅଧିକ ଗୋଟିଏ ମନ୍ତ୍ରୀ ପଦ ମିଳିବା ନେଇ କହିଛନ୍ତି । ତେବେ ଆସନ୍ତାକାଲି କଂଗ୍ରେସକୁ କେତୋଟି ମନ୍ତ୍ରୀ ପଦ ମିଳିବ ତାହା ଜଣାପଡିବ । ବାମପନ୍ଥୀ ଦଳ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟରେ ନୂଆ ସରକାରଙ୍କୁ ବାହାରୁ ସମର୍ଥନ ଦେବ ବୋଲି ଘୋଷଣା କରିଛି। କମ୍ୟୁନିଷ୍ଟ ପାର୍ଟି ବର୍ତ୍ତମାନ ୧୨ ଜଣ ବିଧାୟକ ରହିଛନ୍ତି।    ତେଣୁ ତାଙ୍କ ଦଳକୁ କୈାଣସି ମନ୍ତ୍ରୀ ପଦ ମିଳିବ ନାହିଁ ବୋଲି ଜଣାପଡିଛି ।

Leave A Reply

Your email address will not be published.