Latest Odisha News

BREAKING NEWS

ଘରୋଇ ଟୁର୍ଣ୍ଣାମେଂଟର ପୁରସ୍କାର ରାଶି ବୃଦ୍ଧି କଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ସିଜନରୁ ଘରୋଇ ଟୁର୍ଣ୍ଣାମେଂଟର ପୁରସ୍କାର ରାଶି ବୃଦ୍ଧି କରିଛି । ରବିବାର ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏ ସମ୍ପର୍କରେ ସୂଚନା ଦେଇଥିଲେ । ରଣଜୀ ଚାମ୍ପିୟନଙ୍କୁ ଏବେ ୨ କୋଟି ବଦଳରେ ୫କୋଟି ଟଙ୍କା ମିଳିବ । ମହିଳା ସିନିୟର ଦିନିକିଆ ଟ୍ରଫି ବିଜେତାଙ୍କୁ ୫୦ ଲକ୍ଷ ପୁରସ୍କାର ରାଶି ମିଳିବ । ପୂର୍ବରୁ ଏହା ୬ଲକ୍ଷ ଟଙ୍କା ଥିଲା । ସିନିୟର ମହିଳା ଟି୨୦ ଚାମ୍ପିୟନଙ୍କୁ ୫ ବଦଳରେ ୫୦ ଲକ୍ଷ ମିଳିବ । ଇରାନୀ କପ ବିଜେତାଙ୍କ ପୁରସ୍କାର ରାଶି ୫୦ ଲକ୍ଷକୁ ବୃଦ୍ଧି କରାଯାଇଛି । ସେହିପରି ଦୁଲୀପ ଟ୍ରଫି ବିଜେତା ଦଳକୁ ଏଥର ୧କୋଟି ଟଙ୍କା ଏହି ବାବଦକୁ ମିଳିବ ।

BjdElectrycity

ଲିଷ୍ଟ ଏ ଟୁର୍ଣ୍ଣାମେଂଟ ବିଜୟ ହଜାରେ ଟ୍ରଫି ଓ ଦେଓଧର ଟ୍ରଫି ଚାମ୍ପିୟନଙ୍କୁ ଯଥାକ୍ରମେ ୫୦ ଓ ୪୦ ଲକ୍ଷ ଟଙ୍କା ମିଳିବ । ସୟେଦ ମୁସ୍ତାକ ଅଲୀ ଟି୨୦ର ପୁରସ୍କାର ରାଶିକୁ ୨୫ରୁ ୮୦ ଲକ୍ଷକୁ ବୃଦ୍ଧି କରାଯାଇଛି । ୨୮ ଜୁନରୁ ଦୁଲୀପ ଟ୍ରଫି ମାଧ୍ୟମରେ ଘରୋଇ ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ରଣଜୀ ଟ୍ରଫି ଆସନ୍ତା ବର୍ଷ ଜାନୁୟାରୀ ୫ରୁ ଆରମ୍ଭ ହେବ ।

Leave A Reply

Your email address will not be published.