Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ଘୋଷିତ ହେଲା ଦଳ: କିଏ ରହିଲେ କିଏ ବାଦ୍ ପଡ଼ିଲେ, ଜାଣନ୍ତୁ

ମୁମ୍ବାଇ: ଆଗାମୀ ୱେଷ୍ଟଇଣ୍ଡିଜ୍ ସିରିଜ ଲାଗି ରବିବାର ଦିନ ଭାରତୀୟ ଦଳର ଖେଳାଳି ତାଲିକା ଘୋଷିତ ହୋଇଛି । ଏହି ତାଲିକା ଘୋଷଣା କରିଛନ୍ତି ବିସିସିଆଇ ସିଲେକ୍ସନ କମିଟି ଅଧ୍ୟକ୍ଷ ଏମ ଏସ କେ ପ୍ରସାଦ ।

ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଦିନିକିଆ, ଟି-ଟ୍ୱେଣ୍ଟି ଏବଂ ଟେଷ୍ଟ ମ୍ୟାଚ ଖେଳିବ । ଏହି ଗସ୍ତକ୍ରମରେ ମହେନ୍ଦ୍ର ସିଂହ ଧୋନୀ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ଦିନେଶ କାର୍ତ୍ତିକ ଏହି ସିରିଜରୁ ବାଦ୍ ପଡ଼ିଛନ୍ତି । ଶିଖର ଧାୱନ ସୁସ୍ଥ ହୋଇ ଟିମକୁ ଫେରିଥିବା ବେଳେ ୱିକେଟ ରକ୍ଷକ ରିଷଭ ପନ୍ଥଙ୍କୁ ଦଳରେ ସ୍ଥାନ ମିଳିଛି ।

ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଦେଜାଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି । ନୂଆମୁହଁ ଭାବେ ବୋଲିଂରେ ଖଲିଲ୍ ଅହମ୍ମଦ ଓ ନବଦୀପ ସାଇନି ଓ ଶ୍ରେୟସ ଆୟାରଙ୍କୁ ସ୍ଥାନ ମିଳିଛି ।

ଆସନ୍ତା ଅଗଷ୍ଟ ୩ ତାରିଖରୁ ଏହି ସିରିଜ ଆରମ୍ଭ ହେଉଥିବା ବେଳେ ଏଥିରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ ଅନୁଷ୍ଠିତ ହେବ ।

ଟି-ଟ୍ୱେଣ୍ଟି ଦଳ:

ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧାୱନ, କେ ଏଲ ରାହୁଲ, ଶ୍ରେୟସ ଆୟାର, କ୍ରୁନାଲ୍ ପାଣ୍ଡ୍ୟା, ମନିଷ ପାଣ୍ଡେ, ରିଷଭ ପନ୍ଥ (ୱିକେଟ ରକ୍ଷକ), ରବୀନ୍ଦ୍ର ଜାଦେଜା, ୱାଶିଂଟନ ସୁନ୍ଦର, ରାହୁଲ ଚହର, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ଦୀପକ ଚହର ଏବଂ ନବଦୀପ ସାଇନି ।

ଦିନିକିଆ ଦଳ:

ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧାୱନ, କେ ଏଲ ରାହୁଲ, ଶ୍ରେୟସ ଆୟାର, ମନିଷ ପାଣ୍ଡେ, ରିଷଭ ପନ୍ଥ (ୱିକେଟ ରକ୍ଷକ), ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ ଏବଂ ନବଦୀପ ସାଇନି ।

ଟେଷ୍ଟ ଦଳ:

ବିରାଟ କୋହଲୀ (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରୱାଲ, କେ ଏଲ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରୋହିତ ଶର୍ମା, ରିଷଭ ପନ୍ଥ (ୱିକେଟ ରକ୍ଷକ), ରିଦ୍ଦିମାନ ସାହା (ୱିକେଟ ରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନ, ଇଶାନ୍ତ ଶର୍ମା, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଜଶପ୍ରିତ ବୁମରା ଏବଂ ଉମେଶ ଯାଦବ ।

ଏଠାରେ ଉଲ୍ଲେଖଯୋଗ୍ୟ, ୱେଷ୍ଟଇଣ୍ଡିଜ ଗସ୍ତରେ ଯାଉଥିବା ଏହି ଭାରତୀୟଦଳର ସବୁ ଫର୍ମାଟରେ ବିରାଟ କୋହଲୀ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ । ଏନେଇ ପୂର୍ବରୁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.