Latest Odisha News

BREAKING NEWS

ଓଜନ ହ୍ରାସ ପାଇଁ ଏପରି କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ !

କିଛି ଲୋକ ନିଜର ଓଜନ ବୃଦ୍ଧିକୁ ନେଇ ଖୁବ୍‌‌ ଚିନ୍ତିତ । ସେଥିପାଇଁ ସେମାନେ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ଖାଦ୍ୟରେ ନିୟନ୍ତ୍ରଣ ରଖିବା ସହ କିଛି ସ୍ୱତନ୍ତ୍ର ଡାଏଟ୍‌ ଚାର୍ଟ୍‌ ଆପଣାଇ ଥାଆନ୍ତି । କିନ୍ତୁ ଏଭଳି ଉପାୟ ଆପଣାଇବା ଦ୍ୱାରା ଆମ ଶରୀରରେ ଏହାର କୁପ୍ରଭାବ ପଡିଥାଏ। ଶରୀରକୁ ଦୁର୍ବଳ ଅନୁଭବ ହେବା ସହ ମସ୍ତିଷ୍କ ଉପରେ ମଧ୍ୟରେ ପ୍ରଭାବ ପଡିଥାଏ। କେତେକ ସମୟରେ ଦେଖାଯାଏ, ଓଜନ ହ୍ରାସ ପାଇଁ ଅନେକ ରାତ୍ରି ସମୟରେ ଭୋଜନ ସେବନ କରନ୍ତି ନାହିଁ। ଏଭଳି କରିବା ଦ୍ୱାରା ଆମ ଶରୀର ଅସୁସ୍ଥ ହୋଇଯାଏ  ।
-ରାତିରେ ଯେଉଁମାନେ ଭୋଜନ ଗ୍ରହଣ କରନ୍ତି ନାହିଁ, ପେଟ ଯନ୍ତ୍ରଣା ସହ ପେଟ ଜନିତ ସମସ୍ୟା ହୋଇଥାଏ। ତେବେ ରାତ୍ରିରେ ହାଲୁକା ଭୋଜନ କରନ୍ତୁ। ବିଶେଷଜ୍ଞଙ୍କ ମତରେ ରାତିରେ ଖାଲିପେଟରେ ନ ଶୋଇ ହାଲକା ଖାଦ୍ୟ ଗ୍ରହଣ କରନ୍ତୁ।

-ରାତିରେ ଖାଦ୍ୟ ନଖାଇବା ଦ୍ୱାରା ଅନିନ୍ଦ୍ରା ସମସ୍ୟା ହୋଇଥାଏ। କାରଣ ରାତି ବଢିବା ସହ ଭୋକର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ। ପରେ ଏହା ପେଟ ଯନ୍ତ୍ରଣା ବୃଦ୍ଧି କରିଥାଏ। ଭୋକ କାରଣରୁ ରାତିରେ ଭଲ ଭାବେ ନିଦ ନହେବା ସହ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ।
-ରାତ୍ରି ଖାଦ୍ୟ ନ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଦୁର୍ବଳ ହୋଇଥାଏ। ପେଟ ଓ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ହେବା ସହ ରୋଗ ଲାଗି ରହିଥାଏ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ। ମୁଣ୍ଡ ବୁଲାଇବା ସହ କାମ କରିବାର ଆଗ୍ରହ ମଧ୍ୟ କମି ଯାଇଥାଏ। ମସ୍ତିଷ୍କ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ।

-ରାତି ଖାଇବା ସହ ପ୍ରୋଟିନ କିମ୍ବା କ୍ଷୀର ପିଇବା ମଧ୍ୟ ଆବଶ୍ୟକ। ଏହା ଶରୀରକୁ ସର୍ବଦା ସୁସ୍ଥ ରଖିଥାଏ।
-ରାତିରେ ଖାଦ୍ୟ ନଖାଇଲେ ସକାଳେ ଖୁବ ହାଲିଆ ଅନୁଭବ ହୋଇଥାଏ। କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇଥାଏ।
-ଶରୀରରେ ଶର୍କରାର ମାତ୍ରା ପ୍ରଭାବିତ ହେବା ସହ , କୋଲେଷ୍ଟେରୋଲ, ଥାଇରଏଡ଼ର ସ୍ତର ମଧ୍ୟ ପ୍ରଭାବିତ ହୋଇଥାଏ।

Leave A Reply

Your email address will not be published.