Latest Odisha News

ଗୋଲ୍ଡ ଲୋନ୍ ନେବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍ ସହିବେ କ୍ଷତି

ଭୁବନେଶ୍ବର: ଗୋଲ୍ଡ କେବଳ ଏକ ଅଳଙ୍କାର ନୁହେଁ ବରଂ ଏହାଏକ ଶକ୍ତିଶାଳୀ ଆର୍ଥିକ ସୁରକ୍ଷା ପ୍ରଦାନରେ ସହାୟକ ହୋଇଥାଏ । ଯେତେବେଳେ ବି ଅର୍ଥର ଆବଶ୍ୟକତା ଥାଏ, ଲୋକମାନେ ସେମାନଙ୍କର ସୁନା ବନ୍ଧକ ରଖି ଋଣ ନେଇଥାନ୍ତି । ଏହାକୁ ଗୋଲ୍ଡ ଲୋନ୍ କୁହାଯାଏ । କିନ୍ତୁ ଜଲଦି ଜଲଦିରେ ନିଆଯାଇଥିବା ଏକ ଗୋଲ୍ଡ ଲୋନ ଆପଣଙ୍କୁ କ୍ଷତିରେ ପକାଇପାରେ । ତେଣୁ ଏହି ଲୋନ୍ ନେବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ବୁଝିବା ଜରୁରୀ ଅଟେ ।

ଅତି ଆବଶ୍ୟକ ହେଲେ ହିଁ ଗୋଲ୍ଡ ଲୋନ ନିଅନ୍ତୁ

ଯେତେବେଳେ ଅଧିକ ଆର୍ଥିକ ଆବଶ୍ୟକତା ହେବ , ସେତେବେଳେ ହିଁ ଗୋଲ୍ଡ ଲୋନ ନିଅନ୍ତୁ । ଡ୍ରେସ୍,ମୋବାଇଲ୍, କାର୍ କିମ୍ବା ଯାତ୍ରା ପରି ଛୋଟ ଆବଶ୍ୟକତା ପାଇଁ ସୁନା ବନ୍ଧକ ରଖିବା ଠିକ୍ ନୁହେଁ । ଲୋନ୍ ନେବା ପରେ, ଠିକ୍ ସମୟରେ ଦେୟ ଦେଇ ନିଜର ସୁନା ଫେରାଇ ଆଣିବା ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଅଟେ ।

ସୁଧହାର ତୁଳନା କରନ୍ତୁ

ଅନେକ ବ୍ୟାଙ୍କ ଏବଂ ଏନବିଏଫସି NBFC (ଅଣ ବ୍ୟାଙ୍କିଙ୍ଗ୍ ଫାଇନାନ୍ସ କମ୍ପାନୀ)ଗୋଲ୍ଡ ଲୋନ ପ୍ରଦାନ କରନ୍ତି । ବ୍ୟାଙ୍କର ସୁଧହାର ସାଧାରଣତଃ କମ୍ ଥାଏ, ମାତ୍ର NBFC ଗୁଡିକ ଅଧିକ ସୁଧ ଆଦାୟ କରନ୍ତି । ତେଣୁ ଲୋନ ନେବା ପୂର୍ବରୁ, ସୁଧ ହାର ତୁଳନା କରନ୍ତୁ ଏବଂ ସଠିକ୍ ବିକଳ୍ପ ବାଛନ୍ତୁ ।

ଲୋନ ପରିଶୋଧ ସମୟସୀମା ଧ୍ୟାନରେ ରଖନ୍ତୁ

ତିନି ମାସରୁ ତିନି ବର୍ଷ ମଧ୍ୟରେ ଗୋଲ୍ଡ ଲୋନ ପରିଶୋଧ କରିବାର ବିକଳ୍ପ ମିଳେ । ଯଦି ଆପଣ ସମୟସୀମା ମଧ୍ୟରେ ଲୋନ୍ ପରିଶୋଧ କରିବାକୁ ସକ୍ଷମ ନୁହଁନ୍ତି, ତେବେ ଆପଣଙ୍କର ସୁନା ନିଲାମ ହୋଇପାରେ । ତେଣୁ, ଆପଣଙ୍କର ଆର୍ଥିକ ସ୍ଥିତିକୁ ଧ୍ୟାନରେ ରଖି ସମୟସୀମା ବାଛନ୍ତୁ ।

ଲୁକ୍କାୟିତ ଶୁଳ୍କ ବିଷୟରେ ଜାଣି ରଖନ୍ତୁ

ଅନେକଥର ପ୍ରକ୍ରିୟାକରଣ ଶୁଳ୍କ, ଲକର ଚାର୍ଜ ଏବଂ ଅନ୍ୟାନ୍ୟ ଦେୟ ମଧ୍ୟ ଗୋଲ୍ଡ ଲୋନ ସହିତ ଜଡିତ ଥାଏ । ଲୋନ ନେବା ପୂର୍ବରୁ ଏହି ସମସ୍ତ ଖର୍ଚ୍ଚ ବୁଝନ୍ତୁ, ଯାହାଦ୍ବାରା ଆପଣ ପରେ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।

ବ୍ୟାଙ୍କ କିମ୍ବା ଏନବିଏଫସିର ବିଶ୍ୱସନୀୟତା ଯାଞ୍ଚ କରନ୍ତୁ

ଆପଣ ଯେଉଁଠାରୁ ଲୋନ ନେଉଛନ୍ତି, ବ୍ୟାଙ୍କ କିମ୍ବା ଏନବିଏଫସିର ଶାଖାର ଯାଞ୍ଚ କରନ୍ତୁ । କେବଳ ବିଶ୍ଵସ୍ତ ବ୍ୟାଙ୍କକୁ ବାଛନ୍ତୁ, ଯାହା ଦ୍ବାରା ଆପଣଙ୍କର ସୁନା ସୁରକ୍ଷିତ ରହିବ ।

ସୁନା ଶୁଦ୍ଧତା ପ୍ରତି ଧ୍ୟାନ ରଖନ୍ତୁ

ସୁନା ଋଣ ପ୍ରଦାନକାରୀ ସଂସ୍ଥା ସୁନାର ଶୁଦ୍ଧତା ଆଧାରରେ ଋଣ ଟଙ୍କା ସ୍ଥିର କରନ୍ତି । ଯଦି ଆପଣଙ୍କ ସୁନାରେ ଶୁଦ୍ଧତା କମ୍ ଥିବ, ତେବେ ଲୋନ୍ ରାଶି ମଧ୍ୟ କମ୍ ମିଳିବ | ତେଣୁ ଋଣ ନେବା ପୂର୍ବରୁ, ନିଜ ସୁନାର ଶୁଦ୍ଧତା ଯାଞ୍ଚ କରନ୍ତୁ ।

ଠିକ୍ ସମୟରେ ଦେୟ ଦିଅନ୍ତୁ

ଯଦି ଆପଣ ଅବଧି ମଧ୍ୟରେ ଇଏମଆଇ କିମ୍ବା ପୂରା ଲୋନକୁ ଠିକ୍ ସମୟରେ ପରିଶୋଧ ନକରନ୍ତି, ତେବେ ଜୋରିମାନା ଲାଗୁ ହୋଇପାରେ ଏବଂ ଆପଣ ସୁନା ହରାଇବାର ଆଶଙ୍କା ରହିପରେ । ଲୋନ ନେବା ପୂର୍ବରୁ, ନିଶ୍ଚିତ କରନ୍ତୁ ଯେ ଆପଣ ଠିକ୍ ସମୟରେ ଯେପରି ଦେୟ ଦେବାକୁ ସମର୍ଥ ହୋଉଥିବେ ।

Comments are closed.