Latest Odisha News

ପୁରୀ ବେଳାଭୂମିରେ ବିଚ୍ କନେକ୍ଟ କାର୍ଯ୍ୟକ୍ରମ

ପୁରୀ : ପୁରୀରେ ବିଚ୍ କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ। ଦୂରଦୂରାନ୍ତରୁ ପୁରୀ ଆସୁଥିବା ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଓ ସମୁଦ୍ର କୂଳ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରିବା ପାଇଁ ଆଜି ସ୍ବର୍ଣ୍ଣାଭ ବେଳାଭୂମିରେ ଅନୁଷ୍ଠିତ ହୋଇଛି ବିଚ୍ କନେକ୍ଟ କାର୍ଯ୍ୟକ୍ରମ ।

ବେଳାଭୂମିକୁ ସ୍ୱଚ୍ଛ ଓ ନିର୍ମଳ ଆବର୍ଜନାମୁକ୍ତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୈାରସଂସ୍ଥା ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି । ସକାଳୁ ସକାଳୁ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ପରେ ମାଲଖମ୍ବ, ବିଚ୍ ଯୋଗ, ବିଚ୍ ଭଲିବଲ ଖେଳ ସହ ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟକୁ ଉପଭୋଗ କରିଛନ୍ତି ।

ଉପସ୍ଥିତ ଦର୍ଶକ ଓ ପର୍ଯ୍ୟଟକ। ଜିଲ୍ଲା ପ୍ରଶାସନ ଓ ପୈାରସଂସ୍ଥା ପକ୍ଷରୁ ଆଜି ବେଳାଭୂମିରେ ବିଚ୍ କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.