Latest Odisha News

BREAKING NEWS

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ପାଇଁ ପୁରୀରେ ASI ଟିମ୍

ପୁରୀରେ ଉଚ୍ଚସ୍ତରୀୟ ASI ଟିମ୍ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ପାଇଁ ପୁରୀ ଆସିଛନ୍ତି ASI ଟିମ୍ । ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ଟିମ୍ ପୁରୀ ଆସିଛି । OBCC ଓ ଟାଟା ପ୍ରୋଜେ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲାପାଳ ମଧ୍ୟ ଅଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚାଲିଥିବା ସମସ୍ତ କାର୍ଯ୍ୟକୁ ତନ୍ନତନ୍ନ କରି ଅନୁଧ୍ୟାନ କରିବ ଟିମ୍ ।

ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାରୀ, ସୁପରିଣ୍ଟେଣ୍ଡେଣ୍ଟ ଆରକୋଲୋଜିଷ୍ଟ ଅରୁଣ ମଲ୍ଲିକ, ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ଚିତ୍ତରଞ୍ଜନ ଦାଶ, ଓବିସିସିର ଅଧିକାରୀ, ଟାଟା ପ୍ରୋଜେକ୍ଟ ଅଧିକାରୀଙ୍କ ସହ ମିଳିତ ଅନୁଧ୍ୟାନ କରିବେ ।

ଦକ୍ଷିଣ ଦ୍ୱାର, ପଶ୍ଚିମଦ୍ୱାର, ପୂର୍ବଦ୍ୱାର ଏବଂ ଉତ୍ତରଦ୍ୱାରରେ କରାଯାଇଛି, କେତେ ଗଭୀର ଖୋଳାଯାଇ ଏସମସ୍ତ ନିର୍ମାଣ କରାଯାଇଛି ତାର ଅନୁଧ୍ୟାନ କରିବ ଟିମ୍ । କେତେ ଚଉଡା ଓ ଲମ୍ବାରେ ପିଲାର କରାଯାଇଛି, କେତେ ଉଚ୍ଚତାରେ କରାଯାଇଛି ଏବଂ ଆହୁରି କଣ କଣ ଏହି ପ୍ରକଳ୍ପ ଅଧିନରେ ନିର୍ମାଣ କରାଯିବ ସେ ସବୁର ଅନୁଧ୍ୟାନ କରିବ ଟିମ୍ । ତେବେ ଅନୁଧ୍ୟାନ ପରେ ସେଗୁଡ଼ିକ ରେକର୍ଡଭୁକ୍ତ କରାଯିବ ।

ନିର୍ମାଣାଧୀନ ପ୍ରକଳ୍ପ ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ଆଗାମୀ ୭ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ASIକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଏଣ୍ଟ ଇନସପେକ୍ସନ କରାଯାଇ ସତ୍ୟପାଠ ଦାଖଲ କରାଯିବ ବୋଲି ଏଏସ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.