Latest Odisha News

BREAKING NEWS

ରୋଗୀ ନେଇ ବାଲେଶ୍ୱରରୁ କଟକ ଆସୁଥିବା ବେଳେ ଦୁର୍ଘଟଣା : ୩ ମୃତ,୨ ଗୁରୁତର

ଯାଜପୁର : ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ରୋଗୀ, ଆମ୍ବୁଲାନ୍ସ ଡ୍ରାଇଭର ଓ ସହଯୋଗୀ ଜୀବନ ହରାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଏନ୍ଏଚ୍ ୧୬ ଯାଜପୁର ବଡ଼ଚଣା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଆମ୍ବୁଲାନ୍ସଟି ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି

ରୋଗୀ ନେଇ ଆମ୍ବୁଲାନ୍ସଟି ବାଲେଶ୍ୱରରୁ କଟକ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସରେ ଥିବା ୫ଜଣକ ମଧ୍ୟରୁ ତିନି ଜଣଙ୍କରର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଆମ୍ବୁଲାନ୍ସଟି ରୋଗୀଙ୍କୁ ନେଇ ଯାଉଥିବା ବେଳେ ଆଗରେ ଯାଉଥିବା ଟ୍ରକଟିର ଟାୟାର ଫାଟି ଯିବାରୁ ଟ୍ରକଟି ଭାରସାମ୍ୟ ହରାଇଥିଲା । ଆଉ ସେତିକି ବେଳେ ପଛପଟୁ ଆସୁଥିବା ଆମ୍ବୁଲାନ୍ସଟି ଟ୍ରକ ପଛପଟୁ ଧକ୍କା ଦେଇଥିଲା ।

ମୃତକଙ୍କ ପରିଚୟ ମିଳି ପାରି ନଥିବା ବେଳେ ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଁଚି ଘଟଣା ର ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.