Latest Odisha News

BREAKING NEWS

ବଣୁଆ ଭାଲୁ ଆତଙ୍କ

ନୂଆପଡା: ନୂଆପଡା ଜିଲ୍ଲାରେ ବଣୁଆ ଭାଲୁ  ଆତଙ୍କ । ଗତ କିଛି ଦିନ ହେବ ନୂଆପଡା ଜିଲ୍ଲା ସଦର ମହକୁମାରେ ବଣୁଆ ଭାଲୁ ଆତଙ୍କ ଦେଖା ଦେଇଛି । ଗତକାଲି ରାତ୍ରୀ ସମୟରରେ ନୂଆପଡା ଜିଲ୍ଲାପାଳ ସ୍ୱଧାଦେଵ ସିଂ ଙ୍କ ସରକାରୀ ବାସଭବନ ପରିସରକୁ ବଣୁଆ ଭାଲୁ ପଶି ଯାଇଥିଲା । ଭାଲୁକୁ ଜିଲ୍ଲାପାଳଙ୍କ ସୁରକ୍ଷା କର୍ମୀ ମାନେ ଦେଖି ପ୍ରଥମେ ଜିଲ୍ଲାପାଳଙ୍କୁ ଜଣେଇବା ପରେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ର ଏକ ସାତ ଜଣିଆ ଦଳ ଘଟଣା ସ୍ଥଳରେ ପହଞ୍ଚି ଭାଲୁର ଗତିବିଧି ଉପରେ ନଜର ରଖିଥିଲେ ।

ଦିନରେ ଜନଗହଳି ଥିବାରୁ ରାତ୍ରୀ ସମୟରେ ତାକୁ ବାହାରକରି ଘଉଡାଇ ଦିଆଯାଇଥିଲା । ଏହା ପୂର୍ବରୁ ନୂଆପଡା ମୃତ୍ତିକା ସଂରକ୍ଷଣ ବିଭାଗ ପିଡ଼ିଙ୍କ ବାସଭବନକୁ ପଶି ଦୀର୍ଘ ଦୀର୍ଘ ୨୪ ଘଣ୍ଟା ଧରି ଆତଙ୍କ ଖେଳାଇଥିଲା । ଏବେ ପୁଣି ଜିଲ୍ଲାପାଳ ବାସଭବନରେ ଆତଙ୍କ ଖେଳାଇଛି, ଫଳରେ ସହରବାସୀଙ୍କ ମନରେ ଭୟର ବାତାବରଣ ଦେଖା ଦେଇଛି । ଜଙ୍ଗଲରେ ଖାଦ୍ୟ ଅଭାବରୁ ବନ୍ୟ ଜନ୍ତୁ ସହର ମୁଖା ହେଉଥିବା ଅଭିଯୋଗ ହେଉଛି । ତେଣୁ ଜଙ୍ଗଲରେ ବୃକ୍ଷ ରୋପଣ ସମୟରେ ଫଳ ମୂଳ ଗଛ ରୋପଣ ପାଇଁ ଦାବି ହେଉଛି ।

Leave A Reply

Your email address will not be published.