Latest Odisha News

BREAKING NEWS

କଟକରୁ ୨ କିଲୋ ସୁନା ଜବତ, ଜିଏସଟି ଫାଙ୍କି ବିକ୍ରି କରୁଥିଲେ

କଟକ: ପଞ୍ଜାବରୁ ସୁନା ଆଣି କଟକରେ ବେପାର କରୁଥିଲେ । ଜିଏସଟି ଫାଙ୍କି ବେଆଇନ ବିକ୍ରି କରିବା ବେଳେ ଧରିଲା ପୋଲିସ । କଟକରୁ ୨ କିଲୋ ୨୯ ଗ୍ରାମ୍ ସୁନା ଜବତ କରିଛି କମିଶନରେଟ ପୋଲିସ । ଏହି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଜବତ ସୁନାର ମୂଲ୍ୟ ୫୫ ଲକ୍ଷରୁ ଅଧିକ ଟଙ୍କା ହେବ ।

ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ । କେବଳ ଫାଇନ୍ ହୋଇଛି । ଅଧିକ ଖୋଳତାଡ ଜାରି ରହିଛି । ପଞ୍ଜାବର ଅମୃତସରରୁ ନିୟମିତ ବ୍ୟବଧାନରେ ଜିଏସଟି ଫାଙ୍କି ସୁନା ଅଣାଯାଉଥିଲା । କଟକ ସହରରେ ବିଭିନ୍ନ ଅଞ୍ଚଳରେ ସୁନା ଦେଉଥିଲେ ।

Leave A Reply

Your email address will not be published.