Latest Odisha News

BREAKING NEWS

ଭାରତ-ଆଫଗାନିସ୍ତାନ ମ୍ୟାଚ୍ ପୂର୍ବରୁ ଦୁବାଇ ଷ୍ଟାଡିୟମ୍ ନିକଟରେ ଅଗ୍ନିକାଣ୍ଡ

ଦୁବାଇ: ଏସିଆ କପ୍-୨୦୨୨ରେ ଭାରତ ଆଜି ଅନ୍ତିମ ମ୍ୟାଚ୍ ଖେଳିବ । ଦୁବାଇ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବାକୁ ଥିବା ବେଳେ ମ୍ୟାଚ୍ ପୂର୍ବରୁ ବଡ଼ ଦୁର୍ଘଟଣା ଘଟିଛି । ଷ୍ଟାଡିୟମର ପ୍ରବେଶ ଫାଟକ ନିକଟରେ ନିଆଁ ଲାଗି ଯାଇିଛି । ଭାରତ-ଆଫଗାନିସ୍ତାନ ଟି-ଟ୍ୱେଣ୍ଟି ମ୍ୟାଚର ଠିକ୍ ପୂର୍ବରୁ ନିଆଁ ଲାଗିଛି ।

ପୂର୍ବରୁ ଏସପିଆ କପ୍ ଫାଇନାଲରୁ ଭାରତୀୟ କ୍ରିକେଟ୍ ଦଳ ବାଦ୍ ପଡ଼ିଛି । ଆଜି ଦଳ ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିବ । ଆଉ ମ୍ୟାଚ୍ କେବଳ ଔପଚାରିକତା ଅଟେ । ଚଳିତ ଏସିଆ କପରେ ଭାରତୀୟ ଦଳର ପ୍ରଦର୍ଶନ ବହୁତ ଖରାପ ରହିଛି ।

ଲିଗ୍ ମ୍ୟାଚରେ ଭାରତୀୟ ଦଳ ଲଗାତାର ୨ଟି ମ୍ୟାଚ୍ ଜିତିବା ପରେ ସୁପର୍-୪ରେ ପହଞ୍ଚି ଥିଲା । ପରେ ପାକିସ୍ତାନ ଓ ଶ୍ରୀଲଙ୍କା ଠାରୁ ଭାରତ ହାରିଥିଲା । ସୁପର-୪ ମୁକାବିଲାରେ ପାକିସ୍ତାନ, ଭାରତକୁ ୫ ୱିକେଟରେ ହରାଇ ଥିବାବେଳେ ଶ୍ରୀଲଙ୍କା ୬ ୱିକେଟରେ ମାତ୍ ଦେଇଥିଲା । ଏବେ ଆଫଗାନିସ୍ତାନ ବିପକ୍ଷରେ ଦଳ ସମ୍ମାନ ପାଇଁ ମ୍ୟାଚ୍ ଖେଳିବ । ଯଦି ଦଳ ଜିତେ ତେବେ ସୁପର-୪ରେ ଦଳ ନାଁରେ ଏକ ବିଜୟ ପଡ଼ିବ ।

Leave A Reply

Your email address will not be published.