Latest Odisha News

ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ୮୦ ହଜାର ଟଙ୍କା

କାମାକ୍ଷାନଗର: ଦିନ ଦ୍ୱିପ୍ରହରରେ ଲୁଟ୍ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ଜଡ଼ାପାଳ ନିକଟରୁ ୮୦ ହଜାର ଟଙ୍କା ଲୁଟ୍ ହୋଇଛି । ଜଣେ ଔଷଧ ହୋଲସେଲ କର୍ମଚାରୀଙ୍କ ଠାରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟର ଶିକାର ହୋଇଛନ୍ତି ଢେଙ୍କାନାଳ ଦେବୀ ମେଡିକାଲ ଷ୍ଟୋରର କର୍ମଚାରୀ ଜ୍ଞାନରଞ୍ଜନ ସାହୁ ।

ଦୁଇ ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ପ୍ରଥମେ ବନ୍ଧୁକ ଦେଖାଇ ଜ୍ଞାନରଞ୍ଜନ ସାହୁଙ୍କ ଗାଡ଼ିକୁ ଅଟକାଇ ମାଡ଼ ମାରିଥିଲେ । ବ୍ୟାଗରେ ଥିବା ବିଭିନ୍ନ ଔଷଧ ଦୋକାନରୁ କଲେକ୍ସନ ହୋଇଥିବା ୮୦ ହଜାର ଟଙ୍କାକୁ ଲୁଟି ନେଇ ଚମ୍ପଟ ମାରିଥିଲେ ଲୁଟେରା । ଏ ନେଇ ଜ୍ଞାନରଞ୍ଜନ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି କାମାକ୍ଷାନଗର ପୋଲିସ ଅଧିକ ତନାଘନା ଜାରି ରଖିଛି ।

Leave A Reply

Your email address will not be published.